'ସାମନା'ରେ ୟୁପିଏକୁ କଡା ସମାଲୋଚନା, ଶିବସେନା କହିଲା- 'କଂଗ୍ରେସ ଏନଜିଓ ଭଳି, ସରକାରଙ୍କ ଉପରେ ଚାପ ପକାଇବାରେ ବିଫଳ ହେଉଛି'

Published By : Prameya-News7 Bureau | December 26, 2020 IST

ମୁମ୍ବାଇ,୨୬/୧୨:  ମହାରାଷ୍ଟ୍ରରେ ସରକାରରେ ଥିବା ମହା ବିକାଶ ଅଘାଡି ସରକାରରେ କିଛି ଠିକ୍ ନଥିବା ଆଲୋଚନା ହେଉଥିଲା । ଏବେ ଶିବସେନାର ମୁଖପତ୍ର ସାମନା ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି । ସାମନାରେ ୟୁପିଏ ଓ ଏହାର ସହଯୋଗୀଙ୍କୁ ତୀବ୍ର ସମାଲୋଚନା କରାଯାଇଛି । କଂଗ୍ରେସ ଓ ବିରୋଧୀ ମୋଦୀ ସରକାରଙ୍କ ଉପରେ ଚାପ ପକାଇବାରେ ବିଫଳ ହୋଇଥିବା ସାମନାରେ ପ୍ରକାଶ ପାଇଛି ।

ସାମନାରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ନେତୃତ୍ୱରେ ୟୁପିଏ ନାମରେ ଏକ ରାଜନୈତିକ ସଙ୍ଗଠନ ରହିଛି । କିନ୍ତୁ ଏହାର ସ୍ଥିତି ଏନଜିଓ ଭଳି ହୋଇଯାଇଛି । ୟୁପିଏର ସହଯୋଗୀ ଦଳ କୃଷକ ଆନ୍ଦୋଳନକୁ ଗୁରୁତ୍ୱ ଦେଉ ନାହାଁନ୍ତି । ଦଳମାନେ କଣ କରୁଛନ୍ତି ତାହା ଜଣାପଡୁନାହିଁ ।

ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ରାହୁଲ ଗାନ୍ଧୀ ଭଲ କାମ କରୁଛନ୍ତି କିନ୍ତୁ ତାଙ୍କ ନେତୃତ୍ୱରେ କିଛି ତ୍ରୁଟି ରହୁଛି । କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷର ଆବଶ୍ୟକତା ରହିଛି । ୟୁପିଏକୁ ଅଧିକ ଆଞ୍ଚଳିକ ଦଳର ସମର୍ଥନ ଦରକାର । କେବଳ ଶରଦ ପାଓ୍ୱାର ୟୁପିଏରେ ନଜର ଆସୁଛନ୍ତି । ତାଙ୍କର ବିଚାରଧାରା ସ୍ୱତନ୍ତ୍ର ଅଟେ ।ୟୁପିଏରେ କିଛି ତ୍ରୁଟି ରହିଛି । ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନେତୃତ୍ୱର ଆବଶ୍ୟକ ରହିଛି ।

ସାମନାରେ ଆହୁରି ଲେଖାଯାଇଛି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧରେ ଲଢୁଛନ୍ତି । କିନ୍ତୁ ତାଙ୍କୁ ୟୁପିଏରେ ସାମିଲ କରାଯାଇ ପାରୁନାହିଁ । ଶରତ ପାଓ୍ୱାର ପଶ୍ଚିମବଙ୍ଗ ଗସ୍ତ କରିବେ । ସେ ମମତାଙ୍କୁ ବୁଝାଇବାକୁ ଚେଷ୍ଟା କରିବେ । ତେବେ ଗଣତନ୍ତ୍ର ବିପଦରେ ରହିଛି । ଏଥିପାଇଁ ବିଜେପି ନୁହେଁ ବରଂ ବିରୋଧୀ ଦାୟୀ । ବର୍ତ୍ତମାନ ସ୍ଥିତିରେ ବିରୋଧୀ ସରକାରଙ୍କୁ ଦୋଷ ଦେବା ବଦଳରେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଥିବା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.