ଜାଗର ପାଇଁ ଚଳଚଞ୍ଚଳ ନୀଳଗିରିର ବିଭିନ୍ନ ଶୈବପୀଠ, ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ଗହଳିଚହଳି

Published By : Prameya-News7 Bureau | March 11, 2021 IST

ନୀଳଗିରି,୧୧/୩ ପବିତ୍ର ମହା ଶିବାରତ୍ରି ଏବଂ ଜାଗର ପାଇଁ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ବୁଧବାର ପ୍ରଶାସନ କୋଭିଡ ପାଇଁ ପ୍ରଥମେ ମନ୍ଦିରକୁ ଯିବାକୁ ବାରଣ କରିଥିଲା। କିନ୍ତୁ ପରେ ଭକ୍ତଙ୍କ ଭାବନା ପାଇଁ କଟକଣା କୋହଳ କରିଯାଇଥିଲା ।

ସକାଳ ୭ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଭକ୍ତମାନେ ଶୈବପୀଠକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଏନେଇ ନୀତି ସ୍ଥିର ହୋଇଛି।କଟକଣା କୋହଳ ଶୁଣିବା ପରେ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।

ନୀଳଗିରିର ସମସ୍ତ ଶୈବପୀଠ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି।ପଞ୍ଚଲିଙ୍ଗେସ୍ୱର ପୀଠ ଖୋଲିବା ପରେ ପୀଠରେ ପୂଜାର୍ଚ୍ଚନା କରିବା ଲାଗି ଗହଳି ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.