ପରମେଶ ଶିବମଣି କିଏ? ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାବେ ନେଲେ ଦାୟିତ୍ୱ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି)ର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ପରମେଶ ଶିବମଣି। ସେ ମଙ୍ଗଳବାର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରମେଶ ଶିବମଣିଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ୨୬ ତମ ମହାନିର୍ଦ୍ଦେଶକ ହୋଇଛନ୍ତି। ମଙ୍ଗଳବାର ତାଙ୍କ ନିଯୁକ୍ତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସରକାରୀ ସୂଚନା ଦେଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ପରମେଶ ଶିବମଣି ସାଢ଼େ ତିନି ଦଶନ୍ଧି ଧରି ଚାଲିଥିବା ତାଙ୍କର ଲମ୍ବା କ୍ୟାରିୟର ସମୟରେ ସେନାର ବିଭିନ୍ନ ପଦପଦବୀ ଓ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ନାଭିଗେସନ୍ ଆଣ୍ଡ୍‌ ଡାଇରେକ୍ସନରେ ବେଶ ମାହିର। ତାଙ୍କର ସାମୁଦ୍ରିକ କମାଣ୍ଡରେ ଆଇସିଜିର ସମସ୍ତ ପ୍ରମୁଖ ଜାହାଜ ସାମିଲ ରହିଛି। ତାଙ୍କର ସାମୁଦ୍ରିକ କମାଣ୍ଡରେ ଆଡଭାନ୍ସଡ ପାଟ୍ରୋଲିଂ ଜାହାଜ 'ସମର' ଏବଂ 'ବିଶ୍ୱସ୍ତ' ମଧ୍ୟ ସାମିଲ ରହିଛି। 

ତାଙ୍କ କାର୍ଯ୍ୟକାଳ ସମୟରେ ପରମେଶ ଶିବମଣି କୋଷ୍ଟଗାର୍ଡ (ପୂର୍ବ), କୋଷ୍ଟଗାର୍ଡ (ପଶ୍ଚିମ), କୋଷ୍ଟଗାର୍ଡ କମାଣ୍ଡର (ପୂର୍ବାଞ୍ଚଳ)ର ଶୀର୍ଷ ପଦବୀରେ ରହିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ତଟରକ୍ଷୀ ବାହିନୀର ନୂତନ ମହାନିର୍ଦ୍ଦେଶକ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜ, ନୂଆଦିଲ୍ଲୀ ଏବଂ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବାର ପୂର୍ବତନ ଛାତ୍ର।

ସେପ୍ଟେମ୍ବର ୨୦୨୨ରେ ପରମେଶ ଶିବାମଣିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି କରାଯାଇଥିଲା। ପରେ ତାଙ୍କୁ ନୂଆଦିଲ୍ଲୀର କୋଷ୍ଟଗାର୍ଡ ମୁଖ୍ୟାଳୟରେ ନିଯୁକ୍ତ କରାଯାଇଥିଲା। ଅଗଷ୍ଟ 2024ରେ ତାଙ୍କୁ ମହାନିର୍ଦ୍ଦେଶକ କୋଷ୍ଟଗାର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଏଥିମଧ୍ୟରେ ତାଙ୍କ ନେତୃତ୍ୱରେ ନିଶା କାରବାର ଏବଂ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି। ଏହା ବ୍ୟତୀତ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ସମୟରେ ନାବିକମାନଙ୍କୁ ଉଦ୍ଧାର କରିବା, ବିଦେଶୀ ଉପକୂଳ ରକ୍ଷକଙ୍କ ସହ ମିଳିତ ଅଭ୍ୟାସ, ଆଣ୍ଟି-ପୋଚିଂ ଅପରେସନ୍, ବାତ୍ୟା ସମୟରେ ମାନବିକ ସହାୟତା ଏବଂ ଉପକୂଳ ସୁରକ୍ଷା ଅଭ୍ୟାସ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିଛି କରାଯାଇଥିଲା।

ତାଙ୍କର ଉତ୍କୃଷ୍ଟ ସେବା ପାଇଁ ଡିଜି ପରମେଶ ଶିବମଣିଙ୍କୁ ୨୦୧୪ରେ ଟାଟା ରକ୍ଷକ ପଦକ ଏବଂ ୨୦୧୯ରେ ରାଷ୍ଟ୍ରପତି ତଟ ରକ୍ଷକ ପଦକ ପ୍ରଦାନ କରାଯାଇଥିଲା। ତାଙ୍କୁ ୨୦୧୨ରେ ଡିଜି କୋଷ୍ଟଗାର୍ଡ କର୍ମଣ୍ଡେସନ ଏବଂ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.