ନୂଆଦିଲ୍ଲୀ ୧୨।୧୧: ଦେଶରେ ଅନେକ ସହର ରହିଛି । କିନ୍ତୁ ଏପରି ଏକ ସହର ରହିଛି ଯାହା ମିନି ଜାପାନ ଭାବେ ପରିଚିତ । ତାମିଲନାଡୁର ଶିବକାସୀକୁ କୁହାଯାଏ ମିନି ଜାପାନ । ଏହାକୁ ବାଣର ରାଜଧାନୀ ମଧ୍ୟ କୁହାଯାଏ । ସବୁଠାରୁ ବଡ କଥା ହେଉଛି ଏହି ସହରର ନାଁ ଦେଇଥିଲେ ପଣ୍ଡିତ ଜବାହର ଲାଲ ନେହେରୁ ।
{"id":868816,"sizeSlug":"full","linkDestination":"none"}
ତେବେ ସହରର ଏପରି ନାମକରଣ କରିବାର ଏକ କାରଣ ମଧ୍ୟ ରହିଛି । ଜାପାନ ବାଣ ପାଇଁ ଜଣାଶୁଣା ଏବଂ ଭାରତର ଶିବକାସୀ ମଧ୍ୟ ବାଣ ତିଆରି ପାଇଁ ପରିଚିତ । ତେଣୁ ଏହାକୁ ମିନି ଜାପାନ କୁହାଯାଉଥିଲା । ଚେନ୍ନାଇ ଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ୪୦୦ରୁ ଅଧିକ ବାଣ କାରଖାନା ରହିଛି । ଦେଶର ୯୦% ଯାଏଁ ବାଣ ସପ୍ଲାଇ ଏଠାରୁ ବିଁ ହୋଇଥାଏ ।
{"id":868808,"width":842,"height":630,"sizeSlug":"full","linkDestination":"none"}
ବାଣକୁ ବର୍ଷର କିଛି ସମୟରେ ହିଁ ଲଗାଯାଇଥାଏ । କିନ୍ତୁ ଏଗୁଡିକ ତିଆରି ପାଇଁ ପ୍ରସ୍ତୁତି ବର୍ଷର ୩୦୦ ଦିନ ଯାଏଁ ହୋଇଥାଏ । ଶିବକାସୀକୁ ବାଣର ସହର ହେବାର ଶ୍ରେୟ ଆୟର ନାଦର ଏବଂ ଶନମୁଗା ନାଦର ନାମକ ଦୁଇ ଭାଇଙ୍କୁ ଯାଇଥାଏ ।
{"id":868813,"width":841,"height":531,"sizeSlug":"full","linkDestination":"none"}
ସେମାନେ ଏଠାରେ କାରଖାନା ସ୍ଥାପନ କରିଥିଲେ । ଉଭୟ ଭାଇ କୋଲକାତା ଯାଇ ବାଣ ଏବଂ ଡିଆସିଲି ତିଆରି କିପରି ହୁଏ ତାକୁ ସିଖିଥିଲେ । ଆଉ ଏହା ପରେ ସେମାନେ ଶିବକାସୀରେ ସ୍ଥାପନ କରିଥିଲେ କାରଖାନା ।
You Can Read:
wp:embed {"url":"https://www.prameyanews7.com/7-unique-animals-in-this-planet-interesting-facts-transparent-animals/","type":"wp-embed","providerNameSlug":"prameya-news-7"}