ସ୍ଥାପନ ହେବ ସର୍ବୋଚ୍ଚ ଧ୍ୟାନମଗ୍ନ ବିଶାଳ ଶିବ ମୂର୍ତ୍ତି, ମହାଶିବରାତ୍ରୀରୁ ସର୍ବସାଧାରଣ ଦର୍ଶନ
28/01/2023 at 11:12 AM

ଯାଜପୁର ୨୮/୦୧: ଯାଜପୁରରେ ସ୍ଥାପନ ହେବ ବିଶାଳ ଶିବ ମୂର୍ତ୍ତି । ଏହା ହେବ ଓଡିଶାର ସର୍ବୋଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି । ଯାହାର ଉଚ୍ଚତା ହେବ ୧୨୩ ଫୁଟ । ରାଉରକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ଥିବା ବେଳେ ଦାମନଯୋଡିରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି ।
ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି। ୫୦ରୁ ୬୦ ଶ୍ରମିକ ଏହାର ନିର୍ମାଣ କାମରେ ଲାଗିଛନ୍ତି । ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି । ନିର୍ମାଣ ଅଟକଳ ଥିଲା ୯ କୋଟି ୮୦ ଲକ୍ଷ ୪୨ହଜାର ଟଙ୍କା । ଏବେ ସୁଦ୍ଧା ୯୦ପ୍ରତିଶତ କାମ ସରିଥିବା ବେଳେ ୧୪ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି।
ମୂର୍ତ୍ତି ସଂପୂର୍ଣ୍ଣ ପାଇଁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି। ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫେବୃଆରୀ ୧୮ ତାରିଖ ଦିନ ଶିଵ ରାତ୍ରିରେ ବିଶାଳ ଶିବ ମୂର୍ତ୍ତି ଦର୍ଶନ କରିବେ ଯାଜପୁର ବାସୀ ।