ଲଦାଖର ସ୍ଥିତି ସ୍ଥିର ରହିଛି ହେଲେ କିଛି କହି ହେବନି: ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ

Published By : Prameya-News7 Bureau | November 13, 2022 IST

ନୂଆଦିଲ୍ଲୀ: ଲାଦଖରେ ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି। ତେବେ କିଛି କହି ହେବନି। କେତେବେଳେ କିଛି ବି ଘଟିଯାଇପାରେ। ଲଦାଖରେ ଚୀନ ସହିତ ଦୀର୍ଘଦିନର ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଶନିବାର ଏଭଳି କହିଛନ୍ତି ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ।

ଲଦାଖରେ ଆହୁରି ଅନେକ ଘଟଣା ଦୁଇ ଦେଶ ମଧ୍ୟରେ ଅମିମାଂଶିତ ହୋଇ ରହିଛି। ଏସବୁର ସମାଧାନ ପାଇଁ ଭାରତ ପକ୍ଷରୁ ଚୀନ ସହିତ ପରବର୍ତ୍ତି ପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକ କରିବାକୁ ଚାହୁଁଛି। ମନୋଜ ପାଣ୍ଡେ ଏଭଳି କହିଥିବା ପିଟିଆଇ ଖବର ପ୍ରକାଶ କରିଛି। ୧୭ ତମ ରାଉଣ୍ଡ ବୈଠକ ପାଇଁ ଆମେ ଚାହୁଁଛୁ ବୋଲି ମୋନଜ କହିଛନ୍ତି।  

ଲଦାଖରେ ଚୀନ ସେନା କଥା ଦେଖିଲେ ସୀମାରେ ସେତେଟା ସେନା ପ୍ରତ୍ୟାହାର ହୋଇ ନାହିଁ। ପୂର୍ବ ଲଦାଖର ମୋଟାମୋଟି ସ୍ଥିତିକୁ ଦେଖି ଏପରି କହିଛନ୍ତି ମନୋଜ।

ସୀମାରେ ଚୀନ ଏବେ ବି ନିର୍ମାଣ ଜାରି ରଖିଛି। ତେଣୁ ଶୀତ ସମୟ ପାଇଁ ଆମ ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଲ୍‌ଏସିରେ ସତର୍କତା ସହ ଆମକୁ ନଜର ରଖିବାକୁ ପଡ଼ିବ ବୋଲି ସେନା ମୁଖ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.