oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆମେରିକୀୟ ବିମାନ ଆକ୍ରମଣରେ ଜଳିଲା ବାଗଦାଦ ଏୟାର ପୋର୍ଟ, ଭିଡିଓରେ ଭୟର ଚିତ୍ର

4/01/2020 at 1:33 PM

ଇରାକ୍୪।୧: ଆମେରିକା ଇରାକ୍ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌ର ଭିଡିଓ ସାମ୍ନାକୁ ଆସିଛି। ଏୟାର ଷ୍ଟ୍ରାଇକ ସମୟରେ ଲୋକମାନେ କିଭଳି ଭୟରେ ଦୌଡୁଛନ୍ତି ତାହାର ଦୃଶ୍ୟ ଭିଡିଓ ରେକର୍ଡ ହୋଇଛି। ଇରାକ୍ ବିରୋଧରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ରକ୍ଷା ମନ୍ତ୍ରାଳୟ ପେଣ୍ଟାଗନର ସୂଚନା ଅନୁସାରେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାକ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଟ୍ବିଟ୍ କରି ସୂଚନା ଦେଇଥିଲେ।

ଇରାକ୍ ଓ ଆମେରିକା ମଧ୍ୟମରେ ଯୁଦ୍ଧ ଆରମ୍ଭ ହୋଇସାରିଛି। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଆମେରିକାଠାରୁ ଇରାକ୍ ପ୍ରତିଶୋଧ ନେବା ପାଇଁ ଚଳାଇଛି ଷଡ଼ଯନ୍ତ୍ର। ଗତ ଜାନୁଆରୀ ୩ ତାରିଖରେ ଆମେରିକା ଇରାକ୍‌ର ବନ୍ଦର ଉପରକୁ ରକେଟ୍ ମାଡ଼ କରିଥିଲା। ପୁଣି ଲଗାତର ୨ୟ ଦିନରେ ବି ଇରାକ୍ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଆମେରିକାର ଆକ୍ରମଣରେ ଇରାକ୍‌ର ୬ଜଣଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ୩ ତାରିଖ ଅର୍ଥାତ ଶୁକ୍ରବାର ଆମେରିକାର ଆକାଶମାର୍ଗରୁ ଇରାକ୍ ଉପରେ ଆକ୍ରମଣ କରିଥିଲା। ଏଥିରେ ଇରାକର ଶୀର୍ଷ ସାମରିକ ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଶନିବାର ଆମେରିକା ବାଗଦାଦର ଉତ୍ତର ଅଞ୍ଚଳକୁ ଟାର୍ଗେଟ କରିଛି।

ଗଣମାଧ୍ୟମରେ ପ୍ରାସାରିତ ଖରବ ଅନୁସାରେ, ଏହି ଆକ୍ରମଣରେ ଇରାକର ହସଦ ଅଲ ସାବୀର କମାଣ୍ଡରଙ୍କୁ ଆମେରିକାର ଟାର୍ଗେଟ୍ କରି କରିଥିଲା । ଉଭୟ ଦେଶରେ ମଧ୍ୟରେ ଘୋମାଘୋଟ୍‌ ଲଢ଼େଇ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେହି ଉଭୟ ଦେଶରେ ମଧ୍ୟରେ ଚାଲିଥିବା ମୃତାହତଙ୍କ ସଂଖ୍ୟା ମିଳି ପାରି ନାହିଁ। ଇରାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆକ୍ରମଣ ବାଗଦାଦର ଉତ୍ତର ଅଞ୍ଚଳର ତାଜି ରୋଡ୍ ନିକଟରେ ହୋଇଛି। ତେବେ ଆକ୍ରମଣ ସମୟରେ କାଫିଲାରେ ହଶଦ-ଅଲ୍-ସାବିର ଏବଂ କୌଣସି ବଡ କମାଣ୍ଡର ନ ଥିଲେ । ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହା ଆଗକୁ ଉଗ୍ରରୂପ ନେଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଯୁଦ୍ଧ ହେଲେ ବିଶ୍ବ ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି।

   Related Posts