ଭଦ୍ରକ ୩୦।୦୯: ତିନି ଦିନ ପରେ କୋହଳ ହେଲା କଟକଣା। ଭଦ୍ରକର ଧାମନଗର ଓ ଦୋବଲ ଅଞ୍ଚଳରେ କୋହଳ ହୋଇଛି କଟକଣା । ସକାଳ ୬ଟାରୁ ରାତି ୮ ଯାଏଁ ଖୋଲିବ ଦୋକାନ। ଏପିରିକି ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।
ସେହିପରି ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ଅଶାନ୍ତି ଘଟଣାରେ ଆକ୍ସନକୁ ଆସିଛି ପୋଲିସ ଓ ପ୍ରଶାସନ । ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି । ସ୍ଥିତିରେ ସୁଧାର ପାଇଁ ପାଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରାଯାଉଛି । ଅନ୍ୟପଟେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ୧୬୩ ଧାରା ଜାରି ଥିବା ବେଳେ ପୁଣି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ଉପରେ କଟକଣା ଜାରି ହୋଇଛି । ଧାମନଗରରେ କଟକଣା ସାମାନ୍ୟ କୋହଳ ହୋଇଛି ।
ଅନ୍ୟପଟେ ଭଦ୍ରକ ସହରର ସନ୍ଥିଆ ନିକଟରୁ ପୋଲିସ ଡିଆଇଜି ସତ୍ୟଜିତ ନାୟକ , ଭଦ୍ରକ ପୋଲିସ , ଭଦ୍ରକ ଏସପି , ଭଦ୍ରକ ଜିଲ୍ଲାପାଳ ମିଳିତ ଭାବେ ରାପିଡ ଆକ୍ସନ ଫୋର୍ସର ୧୨୧ ଯବାନଙ୍କୁ ନେଇ ଫ୍ଲାଗମାର୍ଚ୍ଚ ହୋଇଛି । ଦଙ୍ଗା ନିୟନ୍ତ୍ରଣକାରି ଗାଡ଼ି ମଧ୍ୟ ସହରରେ ପଇଁତରା ମାରିଛି । ଡିଜିପି କହିଛିନ୍ତି ଯେ, ସ୍ଥିତି ଉପରେ ନଜର ରଖିଛି । ଭଦ୍ରକର ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ନିଜେ ବୁଲି ଦେଖୁଛନ୍ତି ।