scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା, ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ

31/07/2023 at 10:30 AM

ବାଲିଗୁଡ଼ା ୩୧/୦୭: ଲଗାଣ ବର୍ଷାରେ ବେହାଲ ଅଧା ରାଜ୍ୟ । ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଶନିବାର ଠାରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଅଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ମିଳିଛି ।

ବିଶେଷ କରି ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କରୁକୁଡ଼ୁପା ପଞ୍ଚାୟତର ଡାଙ୍ଗେସିଗୁଡ଼ା-କରୁକୁଡ଼ୁପା ରାସ୍ତା ଧୋଇ ହୋଇଯାଇଥିବା ଯୋଗୁଁ ଅନେକ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ଥିବା ଜଣାପଡ଼ିଛି । ତେବେ ପରିତାପର ବିଷୟ ବାଲିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍ ସେବା ବିଭ୍ରାଟ ଯୋଗୁଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

you can also read…

   Related Posts