ଦ୍ୱିତୀୟ ଥର ପାଇଁ ଫିଜିର ପ୍ରଧାନମନ୍ତ୍ରୀ ହେଲେ ସିତ୍ୱିନୀ ରାବୁକା, ମୋଦୀ ଜଣାଇଲେ ବଧେଇ
24/12/2022 at 6:05 PM

ସୁଭା: ଫିଜିର ୧୨ ତମ ପ୍ରଧାନମନ୍ତ୍ରୀ ହେଲେ ସିତ୍ୱିନୀ ରାବୁକା। କିଛିଦିନ ହେଲା ଫି୍ଜ୍ଜୀରେ ରାଜନୈତିକ ଦ୍ୱନ୍ଦ୍ୱ ଲାଗି ରହିଥିଲା। ହେଲେ ସଂସଦରେ ବହୁମତ ପାଇ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଫିଜି ସଂସଦରେ ମତଦାନ କରିବାକୁ ଶନିବାର ବୈଠକ ଡକାଯାଇଥିଲା। ରାବୁକାଙ୍କ ସମର୍ଥନରେ ଭୋଟ୍ ଯାଇଥିଲା। ଫଳରେ ସେ ଦେଶରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ।
Congratulations @slrabuka on your election as the Prime Minister of Fiji. I look forward to working together to further strengthen the close and long-standing relations between India and Fiji.
— Narendra Modi (@narendramodi) December 24, 2022
ପ୍ରଧାନମନ୍ତ୍ରୀ ହେବା ପରେ ୭୪ ବର୍ଷୀୟ ରାବୁକା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖୁସୀ ବ୍ୟକ୍ତ କରିଛନ୍ତି। ସଂସଦରେ ତାଙ୍କୁ ବହୁମତ ମିଳିଥିବାରୁ ସେ ଋଣି ବୋଲି କହିଛନ୍ତି। ଶନିବାର ହୋଇଥିବା ହୋଇଥିବା ସିକ୍ରେଟ ବାଲଟ ଭୋଟିଂରେ ରାବୁକା ଫ୍ରାଙ୍କ ବେନିମାର୍ମାଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ଜିତିଥିଲେ। ବେନିମାର୍ମାଙ୍କୁ ୨୭ ଭୋଟ ମିଳିଥିଲା ରାବୁକା ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବଧେଇ ଜଣାଇଛନ୍ତି।