ବନ୍ଧା ହେଲା ନକଲି ପ୍ରଡ୍ୟୁସର ସୁତାଂଶୁ ମହାନ୍ତି, କେନ୍ଦ୍ରାପଡାରୁ ଗିରଫ କଲା ପୋଲିସ
18/02/2023 at 2:02 PM

ଭୁବନେଶ୍ୱର ୧୮।୦୨ : ଗିରଫ ହେଲା ନକଲି ପ୍ରଡ୍ୟୁସର ସୁତାଂସୁ ମହାନ୍ତି । କେତେବେଳେ ନକଲି ପ୍ରଡ୍ୟୁସର ତ କେତେବେଳେ ନକଲି କଣ୍ଟ୍ରାକ୍ଟର ସାଜି ଚୋରି କରୁଥିଲେ ମିକ୍ସଚର ମେସିନ। କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସୁତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ ।
ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଘଟଗାଁ ଅଞ୍ଚଳକୁ ଆସି କେଉଁଠି ମିକ୍ଚର ମେସିନ୍ ଅଛି ତାର ଖୋଜ୍ ଖବର ନେଇଥିଲା ଏବଂ ଗତ ୧୨ ଫେବ୍ରୁଆରୀ ରାତି ୨:୩୦ ରୁ ୩:୦୦ ଟା ସମୟ ମଧ୍ୟରେ ଘଟଗାଁରୁ ଏକ ମିକ୍ଚର ମେସିନ୍ ଭଡାଗାଡି ସାହାଯ୍ୟରେ ଉଠାଇଥିଲା । ମିକ୍ଚର ମେସିନ୍ ମାଲିକ ବିନୋଦ୍ କୁମାର ରଥ ମେସିନ୍ ହଜିଥିବାର ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଅଭିଯୁକ୍ତ ସୁତାଂସୁ ମହାନ୍ତିଙ୍କୁ ଶୁକ୍ରବାର ତାଙ୍କ ଘରୁ ଗିରଫ କରି ଧାରା ୩୭୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଏଭଳି ମିକ୍ଚର ମେସିନ୍ ଚୋରି ଘଟଣାରେ ଗିରଫ କରିଥିଲା ଖଲ୍ଲିକୋଟ୍ ପୋଲିସ ବୋଲି ଘଟଗାଁ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।