Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଶୀତଳଷଷ୍ଠୀ ଯାତ୍ରା ଲାଗି ଦୁଲୁକୁଛି ପଶ୍ଚିମ ଓଡ଼ିଶା, ସମ୍ୱଲପୁର ନନ୍ଦପଡାର ବମ୍ ବରାଡ ବାବା ବାଲୁଙ୍କେଶ୍ୱରଙ୍କ ହେବ ପତରପେଣ୍ଡି

31/05/2022 at 8:03 AM

ସମ୍ୱଲପୁର ୩୧/୦୫: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର । ଝିଅ ବାହାଘର ପାଇଁ କନ୍ୟା ପିତାମାତା ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଝିଅ ପାର୍ବତୀ ଓ ଜ୍ବାଇଁ ମହାଦେବଙ୍କ ସବୁ ପ୍ରକାର ସାମଗ୍ରୀ ଘରେ ପହଞ୍ଚିଲାଣି । ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଲୁଗା ପଟା, ଖଟ ପଲଙ୍କ, କଂସା ବାସନ ସବୁ ରେଡି ।

୨ ବର୍ଷ ପରେ ଆଡମ୍ବର ପୂର୍ଣ୍ଣଭାବେ ପାଳନ ହେଉଥିବାବେଳେ ଆଜି ବିରାଟ ଶୋଭାଯାତ୍ରା ଦେଖିବାକୁ ମିଳିବ । ଶଙ୍ଖ, ଘଣ୍ଟ, ଦୁଲଦୁଲି ତଥା ଲୋକ ନୃତ୍ଯ ସାଥିରେ ନେଇ ବରପିତା ଓ ସପ୍ତଋଶି କନ୍ଯା ଅନ୍ବେଷଣରେ ଯିବେ । କନ୍ୟା ଘରେ ପହଂଚିଲା ପରେ ସପ୍ତଋଶି ଓ ବରପିତା ଦେବ ଦେବ ମହାଦେବଙ୍କ ଗୁଣଗାନ କରିବେ ।

ତେବେ ଝିଅ ଘର ରାଜି ହେଲା ପରେ ସରଗି ପତ୍ରର ବିଡା, ବେଲପତ୍ର, ଫୁଲ ଦେଇ ନିର୍ବନ୍ଧ ବା ପତରପେଣ୍ଡି କାର୍ଯ୍ୟକ୍ରମ କରିବେ । ସେହିପରି ଆସନ୍ତା ୨ ତାରିଖ ଅନ୍ୟ ପ୍ରମୁଖ ଯାତ୍ରା କମିଟି ସେମାନଙ୍କର ପତରପେଣ୍ଡି କରିବେ ।

   Related Posts