ଗୁରୁବାର ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ, ପାଳନ ହେଉଛି ସ୍ୱତନ୍ତ୍ର ରୀତିନୀତି
25/05/2023 at 9:15 AM

ପୁରୀ ୨୫।୦୫ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଶୀତଳଷଷ୍ଠୀ । ବୁଧବାର ଜ୍ୟେଷ୍ଟ ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀ କ୍ଷେତ୍ରରେ ଥିବା ପଞ୍ଚ ମହାଦେବଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ଵର , ଶ୍ରୀ ଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଓ ଶ୍ରୀ ନୀଳକଣ୍ଠଶ୍ୱର ମହାଦେବଙ୍କ ମନ୍ଦିର ।
ତେବେ ମଧ୍ୟରାତ୍ରରେ ବିବାହ ଶେଷ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ ପାଇ ପଟୁଆରରେ ପଞ୍ଚ ମହାଦେବ ଶ୍ରୀମନ୍ଦିରକୁ ସଂଧ୍ୟାଧୂପ ପରେ ବିଜେ କରିବେ। ଶ୍ରୀଜୀଉଙ୍କ ବଡ଼ସିଂହାର ଭୋଗ ପରେ ଜଗମୋହନରେ ପଞ୍ଚ ମହାଦେବଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବ ।
ଏହାପରେ ଖଟ ଶେଯ ଘରୁ ଶ୍ରୀଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ପଞ୍ଚ ମହାଦେବଙ୍କ ସହ ଲକ୍ଷ୍ମୀଙ୍କ ଜଗମୋହନରେ ବିଜେ କରିଵେ। ଶୀତଳ ଭୋଗ ଓ ବନ୍ଦାପନା ଏକତ୍ର କରାଯିବ। ଅପରାହ୍ନରେ ଦେବ ଦମ୍ପତି ଗୁଆଲି ବୁଲିବାକୁ ବାହାରିବେ। ସେପଟେ ଶୀତଳଷଷ୍ଠୀ ଅଵସରରେ ଶ୍ରୀମନ୍ଦିରରେ ତୃତୀୟ ଜଳକ୍ରୀଡ଼ା ନୀତି ସମ୍ପର୍ଣ୍ଣ ହେବ। ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଓ ଶ୍ରୀଦେବୀ, ଭୂଦେବୀ ରୋହିଣୀ କୁଣ୍ଡ ନିକଟ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିବେ।