ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ, ବିଭିନ୍ନ ସ୍ଥାନରେ ଦେବଦମ୍ପତ୍ତିଙ୍କ ଥାଳ ଉଠା

Published By : Prameya-News7 Bureau | May 10, 2024 IST

ସମ୍ବଲପୁର ୧୦/୦୫: ଦେବଦମ୍ପତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ପାଇଁ ରବିବାର ନୀତି ନିର୍ଘଣ୍ଟ ହୋଇଛି l ପାରମ୍ପରିକ ରୀତିନୀତି ଅନୁସାରେ ଆଜି ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୋଡ଼ିପଡ଼ାର ଜାଗେଶ୍ୱର ବାବାଙ୍କର ଥାଳ ଉଠିବ l 

ଏହା ସହ କନ୍ୟା ପିତାମାତା ମଧ୍ୟ ଚୟନ  ହେବେ l ନିଜ ନିଜ ପଡାରେ ପୂଜକ ଏହି ଥାଳ ଧରି ବୁଲିଥାନ୍ତି l ଲୋକେ ଥାଳ ରେ ଭକ୍ତି ସ୍ୱରୂପ ନିଜ ଇଛାରୁ ଠାକୁରଙ୍କ ଏହି ଯାତ୍ରା ପାଇଁ ଆର୍ଥିକ ସହାୟତା ଦେଇଥାନ୍ତି l ଥାଳ ଉଠିବାର ଠିକ ଏକ ମାସ ପରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ l ଚଳିତ ବର୍ଷ ବିଭିନ୍ନ ଯାତ୍ରା କମିଟି ମାନେ ଏହି ଶୀତଳ ଷଷ୍ଠୀ ଯାତ୍ରାକୁ ଆଡମ୍ବର ସହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି l ଏଥିପାଇଁ ଶିବାଳୟ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.