୧୪ ବର୍ଷ ଧରି ଚାଲିଛି ଶୀତଳ ଷଷ୍ଠୀ ଉତ୍ସବ, ବିସେଶ୍ୱର ମନ୍ଦିରରେ ହେଲା ଦେବଦମ୍ପତ୍ତିଙ୍କ ବିବାହ

Published By : Prameya-News7 Bureau | June 10, 2024 IST

ଚଣ୍ଡୀଖୋଲ ୧୦/୦୬: ବର୍ଷ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୪ ବର୍ଷ ଧରି ଜାରି ରହିଛି ଶୀତଳ ଷଷ୍ଠୀ ପରମ୍ପରା । ବୈଦିକ ରୀତିନୀତିରେ ହେଉଛି ଦେବ ଦେବ ମହାଦେବଙ୍କ ବିବାହ । ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦର୍ପଣ ପଞ୍ଚାୟତରେ ବିସେଶ୍ୱର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । 

୧୪ ବର୍ଷ ଧରି ଚାଲିଛି ଶୀତଳ ଷଷ୍ଠୀ । ଶିବ ପାର୍ବତୀ ଵିଵାହ ଉତ୍ସବ ପାଳନ ହୋଇଯାଇଅଛି । ଭଗବାନ ଶିବ ବର ପ୍ରତିମୁର୍ତ୍ତୀ ଧରି ବର ପକ୍ଷ୍ୟା ଲୋକ ବର ଯାତ୍ରୀଙ୍କୁ ଧରି ମନ୍ଦୀର ପରିସରରେ ପହଞ୍ଚିଥିଲେ । ପରେ କନ୍ୟା ପରିବାର ଲୋକେ ବର ଯାତ୍ରୀ ଶ୍ରଦ୍ଧା ସହ ପାଛୋଟି ନେଇଥିଲେ ବ୍ରାହ୍ମଣ ବରକୁ ବରଣି କରି । ପାର୍ଶ୍ୱ ଦେବତାଙ୍କୁ ପୁଜନ କରି ଵିଵାହ ଆରମ୍ଭ ହୋଇଥଲା । ହୋମ୍ ,ଆଳତୀ ,ପୁଷ୍ପ ଆଞ୍ଜୁଳି, ବନ୍ଦାପନା ପ୍ରଭୁଙ୍କୁ ପ୍ରାର୍ଥନା କରି ଶରଣ ହୋଇଥିଲେ ଶ୍ରଦ୍ଧାଳୁ ଭକ୍ତମାନେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.