ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଯାତ୍ରା, ଶୋଭାଯାତ୍ରାରେ ନଗର ପରିକ୍ରମା କରୁଛନ୍ତି ଦେବ ଦମ୍ପତ୍ତି

Published By : Prameya-News7 Bureau | June 09, 2019 IST

ସୁବର୍ଣ୍ଣପୁର ୯|୬: ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । ଏବେ ଦେବ ଦଂପତ୍ତି ନିଜସ୍ବ ମନ୍ଦିରକୁ ଫେରୁଛନ୍ତି । ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ନଗର ପରିକ୍ରମାରେ ବାହାରି ଯୁଗଳମୂର୍ତ୍ତି ଦର୍ଶନ ଦେଉଛନ୍ତି ।

{"id":121352}

ସୁବର୍ଣ୍ଣପୁର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଶୀତଷଷ୍ଠୀ ପର୍ବ ମହାସମାରୋହରେ ପାଳିତ । ବାବା ଚନ୍ଦ୍ରଶେଖର ମାତା ପାର୍ବତୀଙ୍କୁ ଧରି ନିଜସ୍ବ ମନ୍ଦିରକୁ ଫେରୁଛନ୍ତି । ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେଉଛନ୍ତି । ରାଜରାସ୍ତାରେ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସହିତ ଦେବ ଦଂପତ୍ତିଙ୍କ ଯୁଗଳମୂର୍ତ୍ତି ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

{"id":121353}

ଦେବ ଦଂପତ୍ତିଙ୍କ  ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଘଣ୍ଟ ଦଳ ,ସମ୍ବଲପୁରୀ ଅର୍କେଷ୍ଟ୍ରା ,ରନିଂ ମେଲୋଡି ,ଦୁଲଦୁଲି ,ବାଘନାଚ ,ତଥା ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳର ଲୋକବାଦ୍ୟ ଓ ଲୋକ ନୃତ୍ୟ ଦଳ  ସାମିଲ ହୋଇଛନ୍ତି  । ରାଜା ରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ବାବା ଚନ୍ଦ୍ର ଶେଖରଙ୍କ 108 ଭରି ସ୍ବର୍ଣ୍ଣ ନାଗ ପ୍ରତିମା  । ମହଣ ମହଣ ରୂପାରେ ତିଆରି ବିମାନ ଓ ଦେବ ଦଳ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ମୁଙ୍କ ଅଳଂକାର ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

{"id":121354}

ଶେଷରେ ଶୋଭାଯାତ୍ରା ଚନ୍ଦ୍ରଶେଖର ମନ୍ଦିରକୁ ପହଞ୍ଚି ପୂଜା ଆରାଧନା କରିବା ପରେ ଦେବ ଦଂପତ୍ତି ଗମ୍ଭୀରା ଭିତରକୁ ପ୍ରବେଶ କରିବେ । ସେହିପରି  ପରଂପରା କ୍ରମେ ସହରର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ ବି ନିଜ ନିଜ ମନ୍ଦିରକୁ ପ୍ରସ୍ଥାନ କରିବେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.