ଯଦୁପୁର ନାବାଳିକା ମୃତ୍ୟୁ ମାମଲା : ଚାଇଲ୍ଡ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT

Published By : Prameya-News7 Bureau | February 16, 2021 IST

ନୟାଗଡ ୧୬।୨: ନୟାଗଡ ସଦର ଥାନା ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା । ଚାଇଲ୍ଡ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏସଆଇଟି । ଏଥିରେ କେବଳ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଥିବାବେଳେ ଚାର୍ଜସିଟରେ ୮୫ଜଣଙ୍କୁ ସାକ୍ଷୀ ରଖାଯାଇଛି ।

ନାବାଳିକାଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହେବାପରେ ସରକାର ୨୫ ନଭେମ୍ବରରେ କ୍ରାଇମବ୍ରାଞ୍ଚ ଏବଂ ୨୮ ନଭେମ୍ବରରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଏସଆଇଟି ଟିମ୍ ଡିସେମ୍ବର ୨ ତାରିଖରେ  ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି ଏସଆଇଟି ।

ସୂଚନାଯୋଗ୍ୟ ଯେ, ନୟାଗଡ ଯଦୁପୁରର ନାବାଳିକା ଜୁଲାଇ ୧୪ରେ ଗଁ। ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ନାବାଳିକାର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ । ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜାନୁଆରୀ ୧ ତାରିଖରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି ।

ନାବାଳିକା ହତ୍ୟାକାଣ୍ଡର ୪ ମାସ ପରେ ଏସଆଇଟି ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଥିଲା । ସରୋଜ ପରୀକୁ ହତ୍ୟା କରି ଦୁଷ୍କର୍ମ କରିଥିବା ଏସଆଇଟି ଖୁଲାସା କରିଥିଲା । ଏଥିସହିତ ସେ ବ୍ୟବହାର କରିଥିବା ଗାମୁଛା ଏବଂ ପରୀର ଲେଗିନ୍‌ସ ମଧ୍ୟ ଏସଆଇଟି ଜବତ କରିଥିଲା । ସରୋଜ ଦୋଷ ମାନିଥିବା ଏସଆଇଟି କହିଥିଲା । ଏଥିସହିତ ତାକୁ ନେଇ କ୍ରାଇମ୍ ସିନ୍‌ର ରିକ୍ରିଏଟ୍ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.