Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମୋରବୀ ପୋଲ ଭୁଶୁଡ଼ିବା ପୂର୍ବରୁ ହିଁ ଛିଡ଼ିଥିଲା ୪୯ ରୁ ୨୨ କେବୁଲ ତାର, ଏସ୍ଆଇଟି ରିପୋର୍ଟରୁ ହେଲା ଖୁଲାସା

19/02/2023 at 5:10 PM

ନୂଆଦିଲ୍ଲୀ, ୧୯/୦୨: ଗୁଜରାଟର ମୋରବୀରେ ପୋଲ ଛିଣ୍ଡିବା ମାମଲାରେ ଏବେବି ଯାଞ୍ଚ ଜାରି ରହିଛି। ଆଉ ଏହି କ୍ରମରେ ମାମଲାର ଯାଞ୍ଚ ପାଇଁ ସରକାରଙ୍କ ଦ୍ବାରା ନିୟୋଜିତ ଏସଆଇଟି ଟିମ୍‌ର ପ୍ରାଥମିକ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯାଞ୍ଚ ରିପୋର୍ଟରେ ପୋଲ ଛିଣ୍ଡିବା ମାମଲାର ପ୍ରାଥମିକ କାରଣ ଜଣାପଡ଼ିଛି। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ କାରଣ ବିଷୟରେ ଉଲ୍ଲେଖ କରାଯାଇଛି।

ଏସଆଇଟିର କହିବା ଅନୁଯାୟୀ ଓରେଭା କମ୍ପାନୀ ଏବଂ ମୋରବୀ ପୌରପାଳିକା ମଧ୍ୟରେ ବୁଝାମଣା ପାଇଁ ସାଧାରଣ ବୋର୍ଡର ପୂର୍ବାନୁମତି ଆବଶ୍ୟକ ଥିଲା। ଚୁକ୍ତିରେ ଓରେଭା କମ୍ପାନୀ, ପୌରପାଳିକା ମୁଖ୍ୟ ଅଧିକାରୀ, ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କର ହସ୍ତାକ୍ଷର ମଧ୍ୟ ଥିଲା। ଏସଆଇଟି ଏହା ମଧ୍ୟ କହିଛି ଜେନେରାଲ ବୋର୍ଡର ପୂର୍ବ ସହମତି ମଧ୍ୟ ମଗାଯାଇଥିଲା ନଥିଲା ଏବଂ ଚୁକ୍ତି ପରେ ହୋଇଥିବା ସାଧାରଣ ବୋର୍ଡ ବୈଠକରେ ମଧ୍ୟ ସହମତି ପ୍ରସଙ୍ଗ ଉଠାଯାଇନଥିଲା। ମୋରବୀ ପୌରପାଳିକା ମୁଖ୍ୟ ଅଧିକାରୀଙ୍କୁ ସାଧାରଣ ବୋର୍ଡର ପୂର୍ବ ସ୍ବୀକୃତି ବିନା ଚୁକ୍ତି କରିବାର ନଥିଲା। ଏସଆଇଟିର ରିପୋର୍ଟରେ ଆହୁରି ମଧ୍ୟ ଅନେକ ଚକିତ କରିବା ଭଳି ଖୁଲାସା ହୋଇଛି।

ଏସଆଇଟି ରିପୋର୍ଟରେ ଜଣାପଡ଼ିଛି ଯେ ମୋରବୀ ପୌରପାଳିକା ମୁଖ୍ୟ ଅଧିକାରୀ, ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ଚୁକ୍ତିକୁ ଠିକ୍ ଭାବରେ ନେଇନଥିଲେ। ଉପଯୁକ୍ତ ଟେକ୍ନୋଲୋଜୀ ତଥା ବିଶେଷଜ୍ଞଙ୍କ ପରାମର୍ଶରେ ମରାମତି କରାଯାଇଥିଲା। ମରାମତି କାମ ଆରମ୍ଭ କରିବା ପୂର୍ବରୁ ମୁଖ୍ୟ କେବୁଲ ଏବଂ ଭର୍ଟିକାଲ ସସ୍ପେଣ୍ଡରର ଯାଞ୍ଚ ହୋଇନଥିଲା। ୪୯ ରୁ ୨୨ କେବୁଲ ପୂର୍ବରୁ କଟାଯାଇଥିଲା। ଯାହା ଦର୍ଶାଉଛି ଯେ ଏହି ତାର୍‌ ପୋଲ ଭୁଶୁଡ଼ିବା ପୂର୍ବରୁ ହିଁ ଛିଡ଼ିଥିଲା। ଆଉ ଘଟଣା ସମୟରେ ବଳକା ୨୭ ତାର ଛିଡ଼ିଥିଲା।

ସୂଚନାଯୋଗ୍ୟ, ଗତ ବର୍ଷ ୩୦ ଅକ୍ଟୋବର​‌ରେ ଗୁଜରାଟର ମୋରବୀ ସହରରେ ପୋଲ ଭୁଶୁଡ଼ିବା କାରଣରୁ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା ତଥା ଅନେକ ଆହତ ହୋଇଥିଲେ। ଘଟଣାରେ ଅଭିଯୁକ୍ତ ଓରେଭା ଗ୍ରୁପ୍‌ର ପ୍ରବନ୍ଧ ନିର୍ଦେ୍ଦଶକ ଜୟସୁଖ ପଟେଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପଟେଲଙ୍କ କମ୍ପାନୀ ଉପରେ ପୋଲର ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ଥିଲା।

   Related Posts