Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମଧ୍ୟପ୍ରଦେଶ ହନିଟ୍ରାପ ମାମଲା : ଶ୍ୱେତା ବିଜୟ ଜୈନଙ୍କ ଲକର ଖୋଲିଲା ଏସଆଇଟି, ଜାଣନ୍ତୁ ମିଳିଛି କ’ଣ

25/10/2019 at 3:27 PM

ଭୋପାଲ: ମଧ୍ୟପ୍ରଦେଶର ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଗିରଫ ହୋଇଥିବା ମହିଳା ଶ୍ୱେତା ବିଜୟ ଜୈନଙ୍କ ଲକର ଖୋଲିଛି ଏସଆଇଟି। ଭୋପାଲ ପ୍ରଭାତ ସ୍କୋୟରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଏହି ଲକର ଖୋଲିବା ଲାଗି ଏସଆଇଟି ଶ୍ୱେତାଙ୍କୁ  ନେଇ ବ୍ୟାଙ୍କକୁ ଯାଇଥିଲା। ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିବା ଲକରରୁ ଜାହା ମିଳିଲା ତାହା କେବଳ ବ୍ୟାଙ୍କ ଅଧିକାରୀ ନୁହଁନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବି ବିଶ୍ମିତ କରିଛି। ତେବେ ଆସନ୍ତୁ ଜାଣିବା ଶ୍ୱେତାଙ୍କ ଲକରରୁ ମିଳିଛି କ’ଣ ?

ଶ୍ୱେତା ବିଜୟ ଜୈନଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଲକରରୁ ନଗଦ ୪୭ ଲକ୍ଷ ଟଙ୍କା ସାଙ୍ଗକୁ ବିପୁଳ ପରିମାଣରେ ମହଙ୍ଗା ସ୍ୱର୍ଣ୍ଣଳଙ୍କାର  ମିଳିଛି। ସ୍ୱର୍ଣ୍ଣଳଙ୍କାରକୁ ଓଜନ କରାଯିବାରେ ଏହାର ବଜାର ମୂଲ୍ୟ ପ୍ରାୟ ୩୭ ଲକ୍ଷ ଟଙ୍କା ହେବ ବୋଲି ଏସଆଇଟି କହିଛି। ପୂର୍ବରୁ ଏସଆଇଟି ତାଙ୍କର ଏଚଡିଏଫସି ବ୍ୟାଙ୍କ ଲକର ଖୋଲିଥିଲା। ସେଠାରୁ ନଗଦ ୧୩ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏଣୁ ଆଇସିଆଇସିଆଇ ଲକରରୁ ସେଭଳି କିଛି ମିଳିବ ବୋଲି ଆଶା କରାଯାଉଥିବା ବେଳେ ହେଲେ ମିଳିଥିବା ଦାମୀ ସ୍ୱର୍ଣ୍ଣଳଙ୍କାର ଓ ନଗଦ ଟଙ୍କା ସମସ୍ତଙ୍କୁବିସ୍ମିତ କରିଛି।

ଲୋକେ ସାଧାରଣତଃ ଲକରକୁ ମହଙ୍ଗା ସ୍ୱର୍ଣ୍ଣଳଙ୍କାର ଓ ଜରୁରି କାଗଜପତ୍ର ରଖିବା ଲାଗି ବ୍ୟବହାର କରନ୍ତି। ହେଲେ ସେକ୍ସ ରାକେଟ୍ ଚଳାଇ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ଏହି ମହିଳାମାନେ ଆୟକର ଫାଙ୍କି ଲାଗି ନଗଦ ଟଙ୍କାବି ଲକରରେ ରଖିଥିବା ପ୍ରଥମ ଥର ଦେଖାଯାଇଛି। ତେବେ ଲକର ଖୋଲିବା ପରେ ଏସଆଇଟି ଅଧିକାରୀ ପ୍ରଥମେ ଲକରରେ ଥିବା ସମସ୍ତ ଟଙ୍କା, ସୁନା ଓ ଅନ୍ୟ ସାମଗ୍ରୀ ଖାଲି କରିଥିଲେ। ସେସବୁକୁ ବ୍ୟାଙ୍କ ମ୍ୟାନେଜରଙ୍କ କ୍ୟାବିନକୁ ନେଇ ଟଙ୍କା ଗଣିବା ଲାଗି ମେସିନ ମଗାଇଥିଲେ। ଟଙ୍କା ଗଣାଯିବା ପରେ ମୋଟ ୪୭ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା। ପରେ ସ୍ୱର୍ଣ୍ଣଳଙ୍କାର ଓଜନ କରାଯାଇଥିଲା। ଯାହାର ମୂଲ୍ୟ ୩୭ ଲକ୍ଷରୁ ବି ଅଧିକ ହେବ ବୋଲି ଅନୁମାନ କରାଯାଉଛି।

କିଛିଦିନ ପୂର୍ବରୁ ମଧ୍ୟପ୍ରଦେଶରେ ନେତା ଓ ଅଧିକାରୀମାନଙ୍କୁ କିଛି ମହିଳା ନିଜ ଜାଲରେ ଫସାଇ ବ୍ଲାକମେଲ କରୁଥିବାର ଅଭିଯୋଗ ମିଳିଥିଲା। ମାମଲର ତଦନ୍ତ କରି ଏସଆଇଟି ଜଣେ ପୁରୁଷ ଓ ୫ ଜଣ ମହିଳାଙ୍କୁ ଗିରଫ କରିଥଲା। ଗିରଫ ମହିଳାଙ୍କ ମଧ୍ୟରେ ଜଣେ ଛାତ୍ରୀ ବି ଥିଲେ। ତଦନ୍ତ ବେଳେ ଛାତ୍ରୀ ଓ ମହିଳାମାନେ ମିସି ଅନୁନ୍ୟ ୨୦ ଜଣ ନେତା ଓ ଅଧିକାରୀଙ୍କ ସହ ସେମାନଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରିଥିଲେ। ଯେଉଁ ଭିଡିଓ ଗୁଡିକୁ ସେମାନେ ଭାଇରାଲ କରିଦେବାର ଧମକ ଦେଇ ସେମାନଙ୍କ ଠାରୁ ପ୍ରାୟ ୧୫ କୋଟି ଟଙ୍କା ଅସୁଲ କରିଥିବା ତଦନ୍ତରୁ ଏବେ ଜଣାପଡିଛି।

   Related Posts