କଟକରେ ବସିବ ଏସ୍ଆଇଟି ବୈଠକ, ମୁଖ୍ୟ ପ୍ରସଙ୍ଗ ରହିବ ଅର୍ଚ୍ଚନା ନାଗର କଳାଧନ
18/03/2023 at 8:32 AM

କଟକ ୧୮।୦୩ : ଶନିବାର କଟକରେ ବସିବ ଏସ୍ଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ଏହି ବୈଠକରେ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ଖବର ଅନୁଯାୟୀ, ଏଥର ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିବ ଅର୍ଚ୍ଚନା ନାଗର କଳାଧନ। ଏ ନେଇ ରିପୋର୍ଟ ଦେବାକୁ ପୂର୍ବରୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ ଏସଆଇଟି ଫର ବ୍ଲାକ ମନି। ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସିବିଆଇ, କଷ୍ଟମ, ଏକ୍ସାଇଜ, ନାରକୋଟିକସ, ଡ଼ାଇରେକ୍ଟ ଟ୍ୟାକ୍ସ, ଓଡିଶା ପୋଲିସ, କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଅଧିକାରୀ ଯୋଗ ଦେବେ। ବୈଠକ ପାଇଁ ଓଡିଶାରେ ପହଁଚିଛନ୍ତି ଜଷ୍ଟିସ ଅରିଜିତ ପଶାୟତ।