SIT ବୈଠକ ଶେଷ : ଅର୍ଚ୍ଚନା ନାଗ କେଳେଙ୍କାରୀର ତଥ୍ୟ ରଖିଛି ଇଡି, ମିଳିମିଶି ଦୁର୍ନୀତିକୁ ରୋକିବାକୁ ନିର୍ଦ୍ଦେଶ
18/03/2023 at 3:08 PM

କଟକ ୧୮।୦୩ : ଶେଷ ହେଲା କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହି ବୈଠକରେ ସମସ୍ତେ ମିଳିମିଶି ଦୁର୍ନୀତି ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ପଶାୟତ ।

ଏସ୍ଆଇଟି ଉପାଧ୍ୟକ୍ଷ ଆହୁରୀ ମଧ୍ୟ କହିଛନ୍ତି ଯେ, ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା ସମ୍ପର୍କରେ ତଥ୍ୟ ରଖିଛି ଇଡି । ଦେଶରେ ନିଶା କାରବାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଓଡ଼ିଶାରେ ଗଞ୍ଜେଇ କାରବାର ଚିନ୍ତା ବୃଦ୍ଧି କରିଛି । ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଚ୍ୟାଲେଞ୍ଜ ବଢିଛି ।

ଦେଶରେ ଜିଏସଟି ଠକେଇ ମାତ୍ରା ବଢିଛି । ତେଣୁ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବାକୁ ନିର୍ଦେଶ । ଦୁର୍ନୀତି ରୋକିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କଳାଧନ ବାବଦରେ ବିଭିନ୍ନ ବିଭାଗରୁ ରିପୋର୍ଟ ମିଳିଛି । ଜୁନ ସୁଦ୍ଧା ସୁପ୍ରିମ କୋର୍ଟଙ୍କୁ ରିପୋର୍ଟ ଦେବ ଏସଆଇଟି । ପୂର୍ବରୁ ୮ଟି ରିପୋର୍ଟ ଦାଖଲ ହୋଇସାରିଛି ।
ସେହିପରି ଦେଶରେ କଳାଧନର ମାତ୍ରା ବଢିଛି । ତାକୁ ରୋକିବା ବିଭିନ୍ନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେଣୁ ବିଭାଗ ଭିତରେ ସମନ୍ୱୟ ଜରୁରୀ। ଦୁର୍ନୀତି ନିବାରଣ ମାମଲାର ସମସ୍ତ ତଥ୍ୟ ଇଡି ଏବଂ ଆଇଟି ବିଭାଗକୁ ମଧ୍ୟ ଦିଆଯାଉ । ଏସଆଇଟି ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଲେ ଜଷ୍ଟିସ ପଶାୟତ ।
