SIT ବୈଠକ ଶେଷ : କଳାଧନ ଠୁଳ ସୁତ୍ର ହେବ ତ୍ୱରାନ୍ୱିତ, ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ

Published By : Prameya-News7 Bureau | November 28, 2023 IST

କଟକ ୨୮।୧୧ : ଶେଷ ହେଲା ଏସ୍‌ଆଇଟି ବୈଠକ । କଟକରେ ଜଷ୍ଟିତ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ, ରେଭିନ୍ୟୁ ଇଣ୍ଟିଲେଜେନ୍ସି, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ଖଣି ବିଭାଗ, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବାର ସୂଚନା ମିଳିଛି । 

ଖବର ଅନୁଯାୟୀ, କଳାଧନ ସଂପର୍କିତ ମଙ୍ଗଳବାର ଦିନ କଟକ ସ୍ଥିତ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ବସିଥିଲା ବୈଠକ । ଏହି ବୈଠକରେ କଳାଧନ ଠୁଳ ହେଉଥିବାର ସୁତ୍ରକୁ ଏବ ତ୍ୱାରନ୍ୱିତ କରାଯାଉଛି । ଆସନ୍ତା ୩ ମାସ ମଧ୍ୟରେ ରିପୋର୍ଟ ଦେବେ ଜଷ୍ଟିସ୍‌ ପଶାୟତ । ଏବେ ସୁଦ୍ଧା ୮ଟି ଅନ୍ତରୀଣ ରିପୋର୍ଟ ଦାଖଲ ହୋଇସାରିଛି। ଦେଶରେ କଳାଧନକୁ ରୋକିବାକୁ ହେଲେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ତେଣୁ ଆଗାମୀ ଦିନରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ପାଇଁ ପରାମର୍ଶ ଦେଇଛନ୍ତି ଜଷ୍ଟିସ୍‌ ପଶାୟତ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ହୋଇଛି ଏସ୍‌ଆଇଟି ।

wp:embed {"url":"https://www.prameyanews7.com/martin-guptill-reaction-on-ms-dhonis-run-out/","type":"wp-embed","providerNameSlug":"prameya-news-7"}
https://www.prameyanews7.com/martin-guptill-reaction-on-ms-dhonis-run-out/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.