ଦିଲ୍ଲୀ ହିଂସାକାଣ୍ଡ : ୧୨୩ ଏତଲା ଦାୟର, ୬୩୦ ଜଣ ଗିରଫ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ।୨: ଦିଲ୍ଲୀ ହିଂସା ଥମିଛି, ହେଲେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୨ ଛୁଇଁଥିବା ବେଳେ ୨୦୦ରୁ ଅଧିକ ଆହତ ଏବେବି ଚିକିତ୍ସାଧୀନ ଅଛନ୍ତି । ହିଂସା ପ୍ରଭାବିତ ଉତ୍ତରପୂର୍ବ ଦିଲ୍ଲୀରେ କିଛି ଅଞ୍ଚଳରେ ଦୋକାନ ବଜାର ଖୋଲିଛି । ପ୍ରଭାବିତ ଅଞ୍ଚଳରେ ୭ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ହିଂସାକାଣ୍ଡ ନେଇ ମୋଟ୍ ୧୨୩ ଏତଲା ଦାୟର ହୋଇଥିବାବେଳେ ମୋଟ ୬୩୦ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଅଧୀନରେ ଦୁଇଟି ଏସଆଇଟି ଟିମ୍ ମାରାଥନ ତଦନ୍ତରେ ଲାଗିଛନ୍ତି । ସେପଟେ ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ତାଙ୍କ ସ୍ଥାନରେ ନବନିଯୁକ୍ତ ସ୍ବତନ୍ତ୍ର କମିସନର ଏସ୍.ଏନ୍ ଶ୍ରୀବାସ୍ତବକୁ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ମାସକ ଆଗରୁ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.