ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଭିଡିଓ ୱାର୍ : ତଦନ୍ତ କରୁଛି SIT

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭/୨: ଜାମିଆ ସତ କ’ଣ ? ପୋଲିସ ଛାତ୍ରଛାତ୍ରୀଙ୍କୁ ଆଗ ପିଟିଛି ନା ଆଗ ଛାତ୍ରଛାତ୍ରୀ ଟେକା ପଥର ଧରି ପ୍ରସ୍ତୁତ ହୋଇଛନ୍ତି । ନୂଆ ଭିଡିଓକୁ ନେଇ ଏବେ ଉଠିଛି ଏମିତି ପ୍ରଶ୍ନ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଲିସ ପିଟିବା ଭିଡିଓ ପ୍ରଥମେ ଭାଇରାଲ ହୋଇଥିଲା । ପରେ ସାମ୍ନାକୁ ଆସିଛି ନୂଆ ଭିଡିଓ ।

ଯେଉଁଥିରେ କିଛି ଛାତ୍ର ଲାଇବ୍ରେରୀରେ ହାତରେ ପଥର ଧରି ବୁଲୁଥିବା ଦେଖିବାକୁ ମଳିଛି । ଟେବୁଲ ଟାଣୁଛନ୍ତି । ପୋଲିସ ଲାଇବ୍ରେରୀରେ ପଶିବା ପୂର୍ବର ଏହି ଭିଡିଓ ବୋଲି କୁହାଯାଉଛି । ୨୯ ସେକେଣ୍ଡର ଏହି ଭିଡିଓ ନେଇ ତଦନ୍ତ କରୁଛି ଏସଆଇଟି । ଗତ ଡିସେମ୍ବର ୧୫ ତାରିଖ ଦିନ ପୋଲିସ କର୍ମଚାରୀ ଜାମିଆର ଲାଇବ୍ରେରୀ ମଧ୍ୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଭିଜୁଆଲ ପ୍ରଥମେ ପଦାକୁ ଆସିଥିଲା । ଏହି ଭିଜୁଆଲ ହିଁ ସ୍ପଷ୍ଟ କରୁଥିଲା କେମିତି ପୋଲିସ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରୁଛି ।

‘ଜାମିଆ କୋଅର୍ଡିନେସନ୍ କମିଟି’ ରିଲିଜ୍ କରିଥିବା ଏହି ଫୁଟେଜ୍ ରେ ଲାଇବ୍ରେରୀ ହଲ୍ ରେ ଛାତ୍ରମାନେ ବସି ପଢୁଥିବା ଦେଖିବାକୁ ମିଳୁଛି । ସେହି ସମୟରେ ପୋଲିସ କର୍ମଚାରୀମାନେ ହଲ୍ ମଧ୍ୟକୁ ପଶି ଲାଠିରେ ପିଟିବା ସହ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ କରୁଛନ୍ତି । କିନ୍ତୁ ନୂଆ ଭିଡିଓ ସବୁ ଓଲଟପାଲଟ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.