ବାପାକୁ ଛୁରୀ-ହାତୁଡ଼ିରେ ନିର୍ମମ ହତ୍ୟା କଲେ ୩ ଭଉଣୀ, ପରେ ପୋଲିସ୍‌କୁ ଫୋନ୍ କରି ଜଣାଇଲେ

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫/୧୨: ନିଜ ବାପାକୁ ମାରିଦେଲେ ୩ ଝିଅ। ବାପା ଶୋଇଯିବା ପରେ ଛୁରୀ, ହାତୁଡ଼ି ଓ ଲଙ୍କାଗୁଣ୍ଡ ସାହାଯ୍ୟରେ ବାପାକୁ ନିର୍ମମ ହତ୍ୟା କଲେ ୩ ଭଉଣୀ। ଘଟଣାଟି ପୂରୁଣା ହୋଇଥିବା ବେ​‌ଳେ ଏବେ କିନ୍ତୁ ପୁଣିଥରେ ଚର୍ଚ୍ଚାରେ ସାମିଲ ହୋଇଛି। ବାପାକୁ ମାରିବା ପରେ ୩ ଭଉଣୀ ପୋଲିସକୁ ଫୋନ୍‌ କରି ଦୋଷ ସ୍ବୀକାର କରିଥିଲେ। ପୋଲିସ ପହଞ୍ଚି ତିନି ଜଣଙ୍କୁ ଗିରଫ କରିଥିଲା।

ଋଷର ରାଜଧାନୀ ମସ୍କୋରେ ଏଭଳି ଏକ ଘଟଣା ଘଟିଥିଲା। ୩ ଭଉଣୀ ଆଞ୍ଜେଲିନା, ମାରିଆ ଓ କ୍ରିଷ୍ଟିନା। ସେମାନଙ୍କ ବୟସ ଯଥାକ୍ରମେ ୧୭, ୧୮ ଓ ୧୯ ବର୍ଷ। ମସ୍କୋରେ ଅଧିକ ଖର୍ଚ୍ଚ କରୁଥିବା ଯୁବତୀମାନଙ୍କ ମଧ୍ୟରେ ତିନି ଭଉଣୀଙ୍କ ନାଁ ଆସିଥିଲା। ବାପାକୁ ନିର୍ମମ ହତ୍ୟା କରିବା ପଛର କାରଣ ଜଣାନଥିବା ବେଳେ ହତ୍ୟାକାଣ୍ଡ ପଛରେ ନିର୍ଯାତନା ଥିବା ଲୋକେ ବିଶ୍ବାସ କରୁଛନ୍ତି।

ବିବିସିର ଏକ ରିପୋର୍ଟ ଅନୁସାରେ ତନି ଭଉଣୀଙ୍କୁ ତାଙ୍କ ବାପା ନିର୍ଯାତନା ଦେଉଥିଲେ। ଏପରିକି ସେମାନଙ୍କୁ କଏଦୀ ଭଳି ବ୍ୟବହାର କରୁଥିଲେ ତାଙ୍କ ବାପା। ବାପାଙ୍କ ନିର୍ଯାତନା ପାଇଁ ମା’ ସେମାନଙ୍କ ପାଖରେ ରହୁନଥିଲେ। ତେବେ ବାପାଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ୩ ଭଉଣୀ ବାପାକୁ ହତ୍ୟା କରିବା ପାଇଁ ଉପାୟ ପାଞ୍ଚିଥିଲେ।

ଘଟଣା ଦିନ ରାତିରେ ସେମାନଙ୍କ ବାପା ଶୋଇବାକୁ ଯାଇଥିଲେ। ବାସ ତାପରେ ସେମାନେ ରଚିଥିଲେ ହତ୍ୟାକାଣ୍ଡ। ହାତୁଡ଼ି, ଛୁରୀ ଓ ଲଙ୍କାଗୁଣ୍ଡ ସାହାଯ୍ୟରେ ବାପାକୁ କଲେ ନିର୍ମମ ହତ୍ୟା। ପୋଲିସକୁ ଫୋନ୍‌ କରି ସମସ୍ତ ଘଟଣା କହିଥିଲେ ୩ ଭଉଣୀ। ପୋଲିସ ପହଞ୍ଚିବା ପରେ ଦେଖିବାକୁ ପାଇଥିଲା ମୃତଦେହରେ ମୋଟ ୩୦ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ବିଶେଷ କରି ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ପୋଲିସ ହତ୍ୟାକଣ୍ଡର ଛାନଭିନ୍ କରିବା ପରେ ଜାଣିବାକୁ ପାଇଥିଲା ୩ ଭଉଣୀଙ୍କୁ ବାପା ଅତ୍ୟାଚାର କରୁଥିଲେ। ତେବେ ମାମଲା ବିଚାରଧୀନ ଥିବା ବେଳେ ୩ ଭଉଣୀଙ୍କୁ ୨୦ ବର୍ଷ​‌ ଜେଲ୍‌ ହୋଇପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.