ଛିଡ଼ିପାରିଲାନି ଠେଲାବିବାଦ, ଭାଇକୁ ବାଡ଼େଇ ମାରିଦେଲା ଭଉଣୀ

Published By : Prameya-News7 Bureau | January 18, 2019 IST

ଗାଜିଆବାଦ ୧୮/୧- ଠେଲାବିବାଦ ଛିଡ଼ିପାରିଲାନି ବୋଲି ଭାଇକୁ ବାଡ଼େଇ ମାରିଦେଲା ଭଉଣୀ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦ ବିଜୟନଗରେ ।

{"id":75550}

ବିଜୟନଗର ଅଂଚଳରେ ଅଶୋକ ତେଲଭାଜି ଠେଲା ଦୋକାନ ରାସ୍ତା ପାଖରେ ଦେଇ ପରିବାର ଚଳାଉଥିଲେ ।  ଅଶୋକ ଓ ତାଙ୍କ ସ୍ତ୍ରୀ ମଧୁ ଏହି ଠେଲା ଦୋକାନରୁ ପରିବାର ଚଳାଇବା ସହ ପିଲାଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ ।  କିନ୍ତୁ ଏହି ଠେଲାଦୋକାନରେ ଭାଗ ବସାଉଥିଲେ ଅଶୋକର ଭଉଣୀ ପୁଷ୍ପା । ସେ ବହୁତ ଲାଭ ହେଉଥିବା କଥା କହି ଭାଇଠାରୁ ଭାଗନେବାକୁ ଚାହୁଁଥିଲେ । କିନ୍ତୁ ଅଶୋକ ଏହି ଠେଲା ଦୋକାନରୁ ଭାଗଦେବାକୁ ମନାକରିଥିବାରୁ ପାଟିତୁଣ୍ଡ ହୋଇଥିଲା ।

ଘଟଣାଦିନ ଅଶୋକ ଓ ମଧୂ ଠେଲାଦୋକାନରେ ତେଲଭାଜି କରି ବିକ୍ରି କରିବା ସମୟରେ କିଛି ଲୋକଙ୍କୁ ଧରି ପହଂଚିଥିଲା ପୁଷ୍ପା । ପୁଷ୍ପା ଓ କିଛିଲୋକ ଅତର୍କିତଭାବେ ଭାଇ ଅଶୋକ ଓ ଭାଉଜ ମଧୂକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଶୋକ ଓ ମଧୂ ଗୁରୁତର ହୋଇଯାଇଥିଲେ । ସ୍ଥାନୀୟଲୋକ ସେମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସପିଟାଲରେ ପହଂଚିଲାବେଳକୁ ଡ଼ାକ୍ତର ମୃତ ଘୋଷଣା କରିଥିଲା । ପୋଲିସ ମାମଲା ରୁଜୁ କରି ପୁଷ୍ପାକୁ ଗିରଫ କରିଛି ଓ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଆଡ଼େ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.