scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହଙ୍ଗା ପଡ଼ିଲା ଦିଅର-ଭାଉଜ ପ୍ରେମ ସମ୍ପର୍କ, ଯୁବକଙ୍କ ବିବାହ ଠିକ୍‌ ହେବା ପରେ ଦୁହେଁ କଲେ ଆତ୍ମହତ୍ୟା

1/12/2020 at 7:56 PM

ଫତେହପୁର ୦୧/୧୨: ଦିଅର ସହ ଭାଉଜର ପ୍ରେମ ସମ୍ପର୍କ। ସମ୍ପର୍କ ଏତେ ନିବିଡ଼ ଥିଲା ଯେ ଦିଅରର  ବାହା ଘର ଠିକ୍‌ ହେବା ପରେ ଦୁହେଁ ଆତ୍ମହତ୍ୟା କରିଛନ୍ତି। ବେକରେ ରଶି ଲଗାଇ ଝୁଲିପଡ଼ିଛନ୍ତି ଦିଅର ଓ ଭାଉଜ। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାର ବ୍ରାହ୍ମଣତାରା  ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଭାଉଜ ଓ ଦିଅରଙ୍କ ମଧ୍ୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ଏହାକୁ ଦେଖି ପରିବାର ଲୋକେ ଯୁବକଙ୍କ ବାହା ଘର ଠିକ୍‌ କରିଥିଲେ। ବାହା ଘର ୭ ମେ ୨୦୨୧ରେ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ଭାଉଜ ସୁନୀତା(୨୮)  ଓ ଦିଅର ରାମ ମିଲନ(୨୨) ସହଜରେ ଗ୍ରହଣ କରିପାରିନଥିଲେ।ଏହାକୁ ନେଇ ସୋମବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।   

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତନାଘନା କରିଥିଲା। ଫରେନ୍ସିକ୍‌ ଟିମ୍‌ ସାହାଯ୍ୟରେ ପ୍ରତିଟି ପ୍ରମାଣ ଏକାଠି କରିଥିଲା ପୋଲିସ। ସୁନୀତାଙ୍କ ସ୍ବାମୀ ପୋଲିସକୁ କହିଛନ୍ତି, ତାଙ୍କର ୩ ବର୍ଷର ଏକ ପୁଅ ଓ ୩ ମାସର ଏକ ଝିଅ ଅଛି। ତାଙ୍କ ସାନ ଭାଇ ଓ ସୁନୀତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ବି ସେ ସ୍ବୀକାର କରିଛନ୍ତି। ତେବେ ଏହି ଘଟଣାରେ ପୋଲିସ ସବୁ ଦିଗ ପ୍ରତି ଧ୍ୟାନ ଦେଇ ଯାଞ୍ଚ କରୁଥିବା ଜଣାପଡ଼ିଛି।

   Related Posts