ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ନାବାଳିକା ଭଉଣୀ, କହିଲେ, କାନ୍ଦିକାନ୍ଦି ଗୋଡ଼,ହାତ ଧରିଲା ପରେ ବି ତାଙ୍କୁ ଛାଡ଼ିଲା ନାହିଁ ଭାଇ,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | September 14, 2019 IST

ଶ୍ରୀନଗର୧୪|୯: ଜଣେ ସେନା କର୍ମଚାରୀଙ୍କ ବିରୋଧରେ ତାଙ୍କ ନାବାଳିକା ଭଉଣୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ନାଗରେଟା ଥାନାରେ ନାବାଳିକା ଭଉଣୀ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ଭାଇଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ନାହିଁ।

ପୋଲିସର ସୂଚନା ମୁତାବକ, ଅଭିଯୋଗକାରୀ ଜଣେ ସ୍କୁଲ ଛାତ୍ରୀ। ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗତ ଗୁରୁବାର ରାତିରେ ତାଙ୍କ ରୁମକୁ ଅଭିଯୁକ୍ତ ଭାଇ ଆସି ତାଙ୍କୁ ଧମକ ଦେଇଥିଲେ। ଏହି ସମୟରେ ତାଙ୍କ ମାଆ ଓ ବାପା ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ପୀଡ଼ିତା ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଅଭିଯୁକ୍ତ ଭାଇ କହିଥିଲା। ତାଙ୍କ ସହ ଏମିତି ନକରିବା ପାଇଁ ପୀଡ଼ିତା ନାବାଳିକା କାନ୍ଦିକାନ୍ଦି ଅଭିଯୁକ୍ତର ଭାଇର ଗୋଡ଼ ହାତ ଧରିଥିଲେ। ହେଲେ ନାବାଳିକା ଭଉଣୀଙ୍କ ସହ ଅଭିଯୁକ୍ତ ଭାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା।

ସେପ୍ଟେମ୍ବର ୧୩ ତାରିଖ ଅର୍ଥାତ ଶୁକ୍ରବାର ସକାଳୁ ତାଙ୍କ ବାପା ଓ ମାଆଙ୍କ ପାଖରେ ପୀଡ଼ିତା ନାବାଳିକା ସବୁ କଥା କହିଥିଲେ। ପୀଡ଼ିତାଙ୍କ ବାପା ଓ ମାଆ ଅଭିଯୁକ୍ତ ପୁଅ ନାଁରେ ଥାନାରେ ଏତଲା ଦେଇଥିଲେ। ନଗରେଟ୍‌ର ଏସଡିପିଓ କହିଛନ୍ତି ଯେ, ପୀଡ଼ିତା ଓ ତାଙ୍କ ବାପା, ମାଆ ଜଣେ ସେନା କର୍ମଚାରୀଙ୍କ ନାଁରେ ଏତଲା ଦେଇଛନ୍ତି। ତେଣୁ ଆଇପିସି ଧାରା ୩୭୬ ଆଧାରେ ପୋଲିସ ମାମଲା ରୁଜୁ କରିଛି।ନାବାଳିକା ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.