୧୦୩ ଦିନ ପରେ ସ୍ୱାମୀ ମନୀଷଙ୍କୁ ଭେଟି ଭାବପ୍ରବଣ ହେଲେ ପତ୍ନୀ ସୀମା, କହୁଥିଲି ରାଜନୀତି ଖରାପ ହେଲେ ତୁମେ…
7/06/2023 at 11:24 PM

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ତାଙ୍କ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ୧୦୩ ଦିନ ପରେ ସ୍ୱାମୀ ମନୀଷଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇଯାଇଥିଲେ।
ଯାହାକୁ ନେଇ ସୀମା ଏକ ଭାବପ୍ରବଣ ଭରା ଚିଠି ଲେଖିଛନ୍ତି। କୋର୍ଟ ମନୀଷଙ୍କୁ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ଅନୁମତି ଦେଇଛନ୍ତି। ହେଲେ ମନୀଷଙ୍କ ଘର ଦୁଆରେ ପୁଲିସ ଜଗିଛି। ମନୀଷ କଣ କରୁଛନ୍ତି କଣ ନ କରୁଛନ୍ତି ସେସବୁର ତଦାରଖ କରୁଛନ୍ତି। ଏହାକୁ ନେଇ ସୀମା ଲେଖିଛନ୍ତି “ଏଥିପାଇଁ କହୁଥିଲି ରାଜନୀତି ବହୁତ ଖରାପ।”
ସୀମା ପୂରୁଣା କଥା ମନେ ପକାଇ ଚିଠିରେ ଲେଖିଛନ୍ତି ଯେ କିଭଳି ମନୀଷଙ୍କୁ ତାଙ୍କ ଶୁଭଚିନ୍ତକ ରାଜନୀତିରେ ସାମିଲ ହେବା ନେଇ ବାରଣ କରୁଥିଲେ। ହେଲେ ମନୀଷ ନଶୁଣି ସାମ୍ବାଦିକତାରୁ ସିଧା ରାଜନୀତି ଭିତରେ ପ୍ରବେଶ କରି କେଜରିୱାଲ୍ଙ୍କ ସହ ମିଶି ଦଳ ଗଠନ କଲେ।
ସୀମା ଲେଖିଛନ୍ତି “ଆଜି ୧୦୩ ଦିନ ପରେ ମୁଁ ମନୀଷଙ୍କୁ ଭେଟିବାକୁ ସୁଯୋଗ ପାଇଲି। ଜାଣିନି ଆଉ କେତେ ଦିନ ମୁଁ , ମୋ ସ୍ୱାମୀ ଓ ମୋ ପରିବାର ଏଭଳି ଷଡ଼ଯନ୍ତ୍ରକୁ ସାମ୍ନା କରିବୁ। ସମସ୍ତ ଠିକ୍ କହୁଥିଲେ। ରାଜନୀତି ବହୁତ ଖରାପ। କିନ୍ତୁ ସେମାନେ ଯାହା କଲେ ସେଥିରେ ଅରବିନ୍ଦ ଜୀ ଓ ମନୀଷ ଜୀଙ୍କ ଶିକ୍ଷାକୁ ସେମାନେ ଜେଲ୍ ଭିତରେ ରଖିପାରିବେନି। ଶିକ୍ଷାର ରାଜନୀତି ଦିନେ ନିଶ୍ଚୟ ଜିତିବ। ପ୍ରାଉଡ୍ ଅଫ୍ ୟୁ ମନୀଷ। ମୁଁ ତୁମକୁ ଭଲପାଏ।”