ସିବିଆଇର ଲୁକଆଉଟ୍ ନୋଟିସ୍ ଉପରେ ଗର୍ଜିଲେ ସିସୋଦିଆ, କହିଲେ- କ’ଣ ପାଇଁ ଏମିତି ଡ୍ରାମା ମୋଦୀ ଜୀ ?
21/08/2022 at 5:48 PM

ନୂଆଦିଲ୍ଲୀ: ଅବକାରୀ ନୀତିରେ କଥିତ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ମନୀଷ ସିସୋଦିଆ। ଲୁକଆଉଟ୍ ନୋଟିସ୍କୁ ନେଇ ସେ କହିଛନ୍ତି, ମୁଁ ରାଜଧାନୀ ଦିଲ୍ଲୀରେ ଖୋଲା ଆକାଶ ତଳେ ଆରାମରେ ବୁଲୁଛି। ଆପଣ ଯେଉଁଠି କି ଡାକିବେ ମୁଁ ଯିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ନୌଟଙ୍କୀ କାହିଁକି ବୋଲି ସିସୋଦିଆ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ତୁମର ସମସ୍ତ ରେଡ୍ ଫେଲ୍ ମାରିଛି, ହାତରେ କିଛି ଲାଗିଲାନି। ଆଉ ଏବେ ଲୁକଆଉଟ୍ ନୋଟିସ୍ ଜାରି କରି କୁହାଯାଉଛି ମନୀଷ ସିସୋଦିଆ ଗାଏବ। କଣ ପାଇଁ ଏମିତି ଡ୍ରାମା ମୋଦୀ ଜୀ ? ମୁଁ ଦିଲ୍ଲୀରେ ମୁକ୍ତଭାବେ ବିଚରଣ କରୁଛି। କେଉଁଠି କି ଆସିବି କୁହନ୍ତୁ ବୋଲି ସିସୋଦିଆ ଟୁଇଟ୍ କରିଛନ୍ତି।
आपकी सारी रेड फैल हो गयी, कुछ नहीं मिला, एक पैसे की हेरा फेरी नहीं मिली, अब आपने लुक आउट नोटिस जारी किया है कि मनीष सिसोदिया मिल नहीं रहा। ये क्या नौटंकी है मोदी जी?
— Manish Sisodia (@msisodia) August 21, 2022
मैं खुलेआम दिल्ली में घूम रहा हूँ, बताइए कहाँ आना है? आपको मैं मिल नहीं रहा?
ସିବିଆଇ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି। ଫଳରେ ଏହି ସବୁ ବ୍ୟକ୍ତି ଏବେ ଦେଶ ବାହାରକୁ ଯାଇ ପାରିବେ ନାହିଁ। ଏହା ପୂର୍ବରୁ ଶୁକ୍ରବାର ସିବିଆଇର ଟିମ୍ ମନୀଷ ସିସୋଦିଆଙ୍କ ୩୦ ଠିକଣାରେ ଚଢାଉ କରିଥିଲା। ତାଙ୍କ ବାସଭବନରେ ସିବିଆଇ ଦୀର୍ଘ ୧୫ ଘଣ୍ଟା ଧରି ଛାନବିନ କରିଥିଲା। ଘଟଣାକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ରାଜନୀତି ସରଗରମ ହେବାରେ ଲାଗିଛି।