ଦୁଇ ସନ୍ତାନଙ୍କୁ ଗୁଳି କରି ଟ୍ରେନ ଲାଇନ୍‌ରେ ମୁଣ୍ଡ ଦେଲେ ବ୍ୟବସାୟୀ, ଆର୍ଥିକ ଅନାଟନ ଯୋଗୁଁ ମାନସିକ ଚାପରେ ଥିଲେ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨: ପ୍ରଥମେ ପୁଅ-ଝିଅଙ୍କୁ ଗୁଳି କରି ହତ୍ୟା, ପରେ ନିଜେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା । ନୂଆଦିଲ୍ଲୀ ଶାଲୀମାର ବାଗ୍‌ ଅଞ୍ଚଳରେ ବାସ କରୁଥିଲେ ୪୪ବର୍ଷୀୟ ମଧୁର ମଲାନୀ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଶାଲୀମାର ବାଗ୍ ଅଞ୍ଚଳରେ ବାସ କରନ୍ତି ମଧୁର ମଲାନୀ । ରବିବାର ଦିନ ହଠାତ୍‌ ଘର ଭିତରୁ ଗୁଳିର ଶବ୍ଧ ଶୁଣିଥିଲେ ସ୍ଥାନୀୟଲୋକ , ପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖେ ତ, ଘର ଭିତରୁ ୧୪ ବର୍ଷର ଝିଅ ଓ ୬ ବର୍ଷର ପୁଅକୁ ମୃତଦେହ ଉଦ୍ଧାର କରିଛି । ସେମାନଙ୍କ ପିତାକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । କିନ୍ତୁ ସେହିସମୟରେ ଦିଲ୍ଲୀର ହାଇଦରପୁର ବୁଲାଣୀ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି ।

ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ଉପସ୍ଥିତ ଥିବା ଲୋକମାନେ ସୂଚନା ଦେଇଛନ୍ତି । ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମଧୁର ପ୍ରଥମେ ନିଜ ୧୪ ବର୍ଷର ଝିଅ ଓ ୬ ବର୍ଷର ପୁଅକୁ ଗୁଳି ମାରିଥିଲା । ଏବଂ ପରେ ସେ ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି ।  

ପୋଲିସ ଅନୁସାରେ ଘଟଣା ସମୟରେ ସ୍ତ୍ରୀ ଘରେ ନ ଥିଲେ ବୋଲି ସେ ବଞ୍ଚିଯାଇଛନ୍ତି । ମଧୁରର ଏକ ଫ୍ୟାକ୍ଟ୍ର ଥିଲା , ଯାହା ୬ମାସ ତଳେ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ସେ ଗତ କିଛି ଦିନ ହେଲା ମାନସିକ ଚାପରେ ରହିଥିଲେ ।

ମୃତକଙ୍କ ପାଖରୁ କୌଣସି ଆତ୍ମହତ୍ୟା ଜନିତ ନୋଟ ଉଦ୍ଧାର ହୋଇ ନାହିଁ । ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପରେ କିଛି ଘଣ୍ଟା ଧରି ମେଟ୍ରୋ ଟ୍ରେନ ଗମନାଗମନରେ ଅସୁବିଧା ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.