ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ମେଡିକାଲରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | October 16, 2022 IST

କେନ୍ଦୁଝର ୧୬।୧୦ : ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର। କେନ୍ଦୁଝର ଜିଲ୍ଲା ହରିଚନନ୍ଦନପୁର ବ୍ଲକ ତେନ୍ତଳାପଶି ଗୋପିନାଥପୁର ଗାଁ ନିକଟ ଅଶୋକ ଝରଣ ନାଳରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟିକୁ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଗୋପିନାଥପୁର ଗାଁ ନିକଟ ଅଶୋକ ଝରଣ ନାଳକୁ ରବିବାର ସକାଳେ କିଛି ଯୁବକ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଶିଶୁର କାନ୍ଦିବା ସ୍ଵର ଶୁଣି ନାଳ ଭିତରକୁ ପଶିଥିଲେ। ନାଳ ଭିତରେ ଏକ ପ୍ଲାଷ୍ଟିକ ବ୍ୟାଗରେ ଏକ ଶିଶୁପୁତ୍ର ପଡ଼ିଥିବା ଦେଖି ତାକୁ ଉଦ୍ଧାର କରି ଗାଁକୁ ଆଣିଥିଲେ। ଏହାପରେ ଗୋପିନାଥପୁର ଗାଁର ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ଶୈଳ ମୁଣ୍ଡା କେନ୍ଦୁଝର ଚାଇଲ୍ଡ ଲାଇନକୁ ଯୋଗାଯୋଗ କରି ଶିଶୁଟିକୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତମାନ ଶିଶୁଟିର ଚିକିତ୍ସା ଏସ୍ଏନସ୍ୟୁରେ ଚାଲିଥିବା ଖବର ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.