ମା ସହିତ ନଦୀରେ ଗାଧୋଉଥିବା ଦୁଇ ବର୍ଷର ଶିଶୁ, ପାଣି ସ୍ରୋତରେ ଭାସିଯାଇ ମୃତ
5/09/2022 at 12:25 PM

ନୟାଗଡ଼୦୫।୦୯ : ମା ସହିତ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ଦୁଇ ବର୍ଷର ଶିଶୁ ମୃତ । ମୃତକ ହେଲେ ଶାନ୍ତିଲତା ବାରିକଙ୍କ ଝିଅ ଶ୍ରଦ୍ଧାଞଳୀ । ଓଡଗାଁ ଥାନା ଗୌଡପୁଟ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଖବର ଅନୁଯାୟୀ, ସୋମବାର ସକାଳେ ଗୌଡପୁଟ ଜଗନ୍ନାଥସାହିର ଶାନ୍ତିଲତା ଦୁଇବର୍ଷର ଝିଅ ଶ୍ରଦ୍ଧାଞଳୀକୁ ନେଇ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ମା ଝିଅ ଗାଧୋଉଥିବାବେଳେ ଅସାବଧାନତାବଶତଃ ଝିଅ ନଦୀର ସ୍ରୋତରେ ଭାସିଯାଇଥିଲେ । ମା ଶାନ୍ତିଲତା ବହୁତ ଖୋଜାଖୋଜି ପରେ ଝିଅକୁ ନପାଇ ଗାଁଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ବହୁତ ଖୋଜାଖୋଜି କରିବାପରେ ୧୦୦ମିଟର ଦୁରରେ ଥିବା ଏକ ବ୍ରିଜ୍ ତଳୁ ପିଲାଟିକୁ ପାଇଥିଲେ । ଓଡଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରିବାପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023