ରାସ୍ତାକଡ଼ରେ ପଡିଛି ନବଜାତ ଶିଶୁକନ୍ୟା, ଉଦ୍ଧାର କଲେ ସ୍ଥାନୀୟଲୋକେ

Published By : Prameya-News7 Bureau | August 11, 2022 IST

ଚଣ୍ଡିଖୋଲ ୧୧।୦୮: ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡେଇ ଛକ ନିକଟରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ କଡେଇ ଛକ ନିକଟ ରାସ୍ତା କଡ଼ରେ ଏକ ବ୍ୟାଗ୍‌ରେ ନବଜାତ ଶିଶୁକନ୍ୟାଟି ପଡିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟଲୋକେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶିଶୁଟିର ଅବସ୍ଥା ଏବେ ସ୍ଥିର ରହିଛି ।

ଅନ୍ୟପଟେ ଶିଶୁଟିର ପଛପଟେ ଏକ ଅଙ୍ଗ ବଢିଥିବା ଦେଖିବାକୁ ମିଳିଛି । ତେବେ ତିନିଦିନର ଶିଶୁଟିକୁ ଏପରି କିଏ ଓ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇଛି । ସେନେଇ ବଡ଼ଚଣା ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.