oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତା କଡ଼ରୁ ନାବାଳକର ମୃତଦେହ ଠାବ, ହତ୍ୟା ସନ୍ଦେହ!

14/12/2020 at 1:12 PM

ରାଇରଙ୍ଗପୁର ୧୪।୧୨ : ୩ଦିନ ପରେ ଠାବ ହେଲା ନାବାଳକର ମୃତଦେହ । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତୁଣ୍ଟି ପାଣି ଗାଁ ନିକଟ ଜଙ୍ଗଲ ରାସ୍ତାରୁ ନାବାଳକର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବରଅନୁଯାୟୀ, ବାସାଘୁଟୁ-ତୁଣ୍ଟିପାଣି ଗାଁ ମଝିରେ ଥିବା ରାସ୍ତା କଡରେ ଜଣେ ନାବାଳକର ମୃତଦେହ ପଡିଥିବାର ସୂଚନା ପାଇଥିଲା ବାଦମପାହାଡ଼ ପୁଲିସ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନ୍‌ଭିନ୍ ଆରମ୍ଭ କରିଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଥିଲା । ମୃତ ନାବାଳକ ବାସାଘୁଟୁ ଗ୍ରାମର  ଦଶରଥ ହେମ୍ବ୍ରମ ବୋଲି ଜଣାପଡିଛି । ସେ ଶନିବାର ଦିନ ଠାରୁ ନିଖୋଜ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ  ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଜ୍ୟର କିଛି ସ୍ଥାନରେ ଶିଶୁ ନିଖୋଜ ହେବାର ଖବର ଆସୁଛି । ପ୍ରଥମେ ନୟାଗଡ଼, ପରେ ଯାଜପୁର , ଜଳେଶ୍ୱର ଏବଂ ରାଇରଙ୍ଗପୁରରୁ ଶିଶୁ ନିଖୋଜ ହେବାର ଖବର ଆସିଥିଲା । ଯାହାକି ଏକ ଚର୍ଚ୍ଚା ବିଷୟ ପାଲଟିଛି। ସେହିପରି ଆଜି ଜଳେଶ୍ୱର ଅଞ୍ଚଳରୁ ନିଖୋଜ ଥିବା ଶିଶୁର ମୃତଦେହ ତିନିଦିନ ପରେ ଠାବ ହୋଇଛି ।

   Related Posts