Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସିଞ୍ଜୋ ଆବେଙ୍କୁ ଗୁଳିମାଡ ଘଟଣାକୁ ଚାରିଆଡେ ନିନ୍ଦା : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମନମୋହନ ସିଂ

8/07/2022 at 1:23 PM

ନୂଆଦିଲ୍ଲୀ ୦୮/୦୭ : ଗୁଳିମାଡର ଶିକାର ହୋଇଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । କିଛି ଗଣମାଧ୍ୟମରେ ସିଞ୍ଜୋଙ୍କ ହୃଦୟ କାମ କରିବା ବନ୍ଦ କରିଦେଇଥିବା ରିପୋର୍ଟ ଆସୁଛି ।  ଗୁଳିମାଡ ବେଳର ଭିଡିଓ ବି ସାମ୍ନାକୁ ଆସୁଛି । ତେବେ ଜଣେ ଲୋକପ୍ରିୟ ନେତାଙ୍କୁ ଆକ୍ରମଣ ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତଥା ବିଶ୍ୱର ଅନ୍ୟ ବଡ ବଡ ନେତା ଘଟଣାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ସିଞ୍ଜୋଙ୍କ ଗୁଳିମାଡ ଘଟଣାକୁ ନେଇ ବ୍ୟଥିତ ଅଛନ୍ତି । ସିଞ୍ଜୋ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

ଜାପାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ, ଏହି ଆକ୍ରମଣ ବର୍ବର ଓ ଦୁର୍ଭାଗ୍ୟପୂର୍ଣ୍ଣ । ଏହାକୁ ବରଦାସ୍ତ କରାଯିବନି । ଡାକ୍ତରମାନେ ତାଙ୍କୁ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସରକାର ଯଥାସମ୍ଭବ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ବନ୍ଧୁ ଆବେଙ୍କ ଉପରେ ଆକ୍ରମଣ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ଖବର ତାଙ୍କୁ ବ୍ୟଥିତ କରିଛି । ଏହାସହ ସମସ୍ତଙ୍କ ପ୍ରାର୍ଥନା ଆବେ ଓ ପରିବାର ସହ ରହିଥିବା କହିଛନ୍ତି ।

   Related Posts