ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ଘଟଣା : ସାମ୍ନାକୁ ଆସିଲା ଭିଡିଓ…

8/07/2022 at 12:25 PM

ନୂଆଦିଲ୍ଲୀ ୦୮/୦୭ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ହୋଇଛି । ସେ ଭାଷଣ ଦେଉଥିବା ବେଳେ ଗୁଳି ମାଡର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଏପରିକି ହୃଦୟ ମଧ୍ୟ କାମ କରୁନଥିବା ଶୁଣିବାକୁ ମିଳିଛି । ଏହାମଧ୍ୟରେ ଗୁଳିମାଡ ସମୟର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।

ସୂଚନାନୁସାରେ, ସିଞ୍ଜୋ ଆବେ ସକାଳେ ନାରା ସହରର ଏକ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ତେବେ ତାଙ୍କୁ ଗୁଳିମାଡ କରିଥିବା ଆତତାୟୀକୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ଭାରତରେ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ସିଞ୍ଜୋଙ୍କ ଉପରେ ଗୁଳିମାଡ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିବା ସହ ଭାରତୀୟଙ୍କ ପ୍ରାର୍ଥନା ଆବେଙ୍କ ସହ ଥିବା କହିଛନ୍ତି । ସେହିପରି ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି ।

ସିଞ୍ଜୋଙ୍କୁ ଗୁଳିମାଡ କରିଥିବା ବ୍ୟକ୍ତି ୪୧ବର୍ଷର ଜଣେ ଯୁବକ ବୋଲି ଜଣାପଡିଛି । ତାଙ୍କୁ ଅଟକ ରଖି ସୁରକ୍ଷାକର୍ମୀ ପଚରାଉଚୁରା କରୁଛନ୍ତି । ତେବେ ଗୁଳିମାଡ ସମୟର ଭିଡିଓ ଏବେସାମ୍ନାକୁ ଆସିଛି । ସିଞ୍ଜୋ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଦୁଇଟି ଗୁଳି ଚାଳନା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୁଳିକାଣ୍ଡର ଶବ୍ଦ ମଧ୍ୟ ସ୍ପଷ୍ଟ ଭାବେ ଶୁଣିବାକୁ ମିଳିଛି ।

   Related Posts