କାଲିଠାରୁ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 30, 2022 IST

ଭୁବନେଶ୍ୱର, ୩୦/୦୬: ରାଜଧାନୀ ଭୁବନେଶ୍ବରରେ ଜୁଲାଇ ୧ ତାରିଖରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏକକ ବ୍ୟବହାର ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ରପ୍ତାନୀ ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ବିଏମସି । ପ୍ଲାଷ୍ଟିକ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୨୧ ରେ ସଂଶୋଧନ ହୋଇଛି । ଏହି ସଂଶୋଧିତ ଆଇନ ୧ ଜୁଲାଇ ୨୦୨୨ ଅର୍ଥାତ କାଲି ଠାରୁ କାର୍ଯ୍ୟକାରୀ ହେବ । ଆଇନ ଉଲଂଘନ କଲେ ପ୍ଲାଷ୍ଟିକ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଭୁବନେଶ୍ବର ମହାନଗର ନିଗମ କମିଶନର ଏନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.