Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାରଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

୧ ଜୁଲାଇରୁ ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ, ଜାଣନ୍ତୁ ଆଉ ସବୁ ବଦଳିବ କ’ଣ ?

29/06/2022 at 4:34 PM

ନୂଆଦିଲ୍ଲୀ ୨୯।୬: ଆବର୍ଜନା ଓ ଅପ୍ରବନ୍ଧିତ ପ୍ଲାଷ୍ଟିକ୍ ବର୍ଯ୍ୟ ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ଲାଗି ଦେଶରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବ। ୧ ଜୁଲାଇ ୨୦୨୨ରୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀର ନିର୍ମାଣ, ଆମଦାନୀ, ଷ୍ଟକିଂ, ବିତରଣ, ବିକ୍ରି ଓ ଉପଯୋଗ ଉପରେ କଟକଣା ଲଗାଯିବ। ଫଳରେ ଲୋକଙ୍କ ଦୈନିକ ବ୍ୟବହାରରେ ଆସୁଥିବା ଅନେକ ସାମଗ୍ରୀ ବନ୍ଦ ହୋଇଯିବ।

ଅଳିଆ ଆବର୍ଜାନାରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ଲାଗି ଭାରତ ସରକାର ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ଅନେକ ଏକକ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ତଥା ଦୈନିକ ବ୍ୟବହାରରେ ଆସୁଥିବା ଅନେକ ସାମଗ୍ରୀ ନିଷିଦ୍ଧ ହୋଇଯିବ। ଯେପରି ପ୍ଲାଷ୍ଟିକ ଛଡି, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡିର କାଠି, ଆଇସକ୍ରିମ କାଠି, ସାଜସଜା ଲାଗି ବ୍ୟବହାର ହେଉଥିବା ପଲିଷ୍ଟାଇନିନ (ଥର୍ମାକୋଲ), ପ୍ଲାଷ୍ଟିକର କପ୍, ପ୍ଲେଟ୍, ଗ୍ଲାସ୍ କଟଲେରୀ ଓ କଣ୍ଟା ଚାମଚ ଆଦିର ଉତ୍ପାଦନ, ବିପଣନ ଓ ବିକ୍ରି ବନ୍ଦ ହୋଇଯିବ।

ସେହିପରି ପ୍ଲାଷ୍ଟିକ ଛୁରୀ, ଟ୍ରେ, ପ୍ୟାକିଂ ଜରି ବା ଫିଲ୍ମ, ମିଠେଇ ବାକ୍ସ, ନିମନ୍ତ୍ରଣ କାର୍ଡ, ସିଗାରେଟ୍ ପ୍ୟାକେଟ୍ ଆଦି ମଧ୍ୟ ବ୍ୟାନ ହୋଇଯିବ। ପ୍ଲାଷ୍ଟିକ ବର୍ଯ୍ୟ ପ୍ରବନ୍ଧନ ସଂଶୋଧନ ନିୟମ ୨୦୨୧ ଅନୁସାରେ ୭୫ ମାଇକ୍ରନରୁ କମ ମୋଟେଇର ପ୍ଲାଷ୍ଟିକ କ୍ୟାରି ବ୍ୟାଗର ତିଆରି, ବିପଣନ ଓ ବିକ୍ରି ସାଙ୍ଗକୁ ବ୍ୟବହାର ଉପରେ ମଧ୍ୟ ରୋକ ଲାଗିବ। ୧ ଜୁଲାଇ ୨୦୨୨ରୁ ଏପରି ସାମଗ୍ରୀ ଉପରେ କଟକଣା ପ୍ରଭାବି ଭାବରେ ଲାଗୁ କରିବା ଲାଗି ଜାତୀୟ ଏବଂ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ସବୁ ମଧ୍ୟ ସ୍ଥାପିତ ହେବ। ଏଥିରେ ଏପରି ସାମଗ୍ରୀ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚାଲାଣ ରୋକିବା ଲାଗି ସୀମାରେ ନିୟନ୍ତ୍ରଣ ଓ ଯାଞ୍ଚ କଡାକଡି କରାଯିବ।  

   Related Posts