ଲେଡି ସିଙ୍ଘମ ଭୂମିକାରେ ଦୀପିକା, ପ୍ରଥମ ଥର ଅଜୟଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

Published By : Prameya-News7 Bureau | December 09, 2022 IST

ମୁମ୍ଵାଇ ୦୯।୧୨: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ । ପୁଣିଥରେ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମରେ ଧମାଲ କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀଙ୍କୁ 'ସିଙ୍ଘମ୍ ଏଗେନ୍‌'ରେ ପୋଲିସ୍ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। ଯିଏ ବାଜିରାଓ ସିଙ୍ଗମ୍ ଭୂମିକାରେ ଅଭିନୟ କରିବେ। ଏହା ପ୍ରଥମ ଥର ଦୀପିକା-ଅଜୟ ଏକାଠି ବଡ ପରଦାରେ ପୋଲିସ୍‌ ହେବେ।

ଏହା ବ୍ୟତୀତ ଅଜୟ ଏବଂ ଦୀପିକା ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ। ଫିଲ୍ମରେ ଦୁହେଁ ଏକାଠି କାମ କରୁଥିବା ଖବର ପାଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଘମର ଦୁଇଟି ପାର୍ଟି ତିଆରି ହୋଇଛି । ଉଭୟ ଫିଲ୍ମ ବକ୍ସଅଫିସରେ ବହୁତ ଆୟ କରିଥିଲା।  ୨୦୧୧ ମସିହାରେ ଅଜୟ ପ୍ରଥମ ଥର ପାଇଁ ବାଜିରାଓ ସିଙ୍ଘମ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ, ୨୦୧୪ରେ, ତାଙ୍କୁ ପୁଣି ଥରେ ସିଙ୍ଘମ ରିଟର୍ନସରେ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଥିଲା ​।

ଦୀର୍ଘ ସମୟ ପରେ ଅଜୟ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୋଲିସ୍‌ ଭୂମିକାରେ ନଜର ଆସିବେ । ରୋହିତ୍‌ OTT ରେ ଚଳଚ୍ଚିତ୍ର ସହିତ ନିଜର କପ ୟୁନିଭର୍ସକୁ ବିସ୍ତାର କରୁଛନ୍ତି । ସେ ଖୁବ୍ ଶୀଘ୍ର 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'କୁ ଆଣିଛନ୍ତି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.