ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

Published By : Prameya-News7 Bureau | November 15, 2023 IST

ଭଦ୍ରକ ୧୫।୧୧: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । କାଳୀପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତିରେ ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ।

ସିଂହ ମା'ଙ୍କର ବାହାନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା' ଭଦ୍ରକାଳୀ । ଚାରି ହସ୍ତରେ ଖଡଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା' । ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ ।

You Can Read :

wp:embed {"url":"https://www.prameyanews7.com/ambulance-fails-to-reach-patient-carried-on-stretcher-in-angul/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ambulance-fails-to-reach-patient-carried-on-stretcher-in-angul/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.