ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପଞ୍ଚଭୂତରେ ଲୀନ ହେଲେ ସ୍ୱରର ରାଣୀ ବାଣୀ ଜୟରାମ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ

5/02/2023 at 10:04 PM

ଚେନ୍ନାଇ: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟତ ଗାୟିକା ପଦ୍ମ ଭୂଷଣ ବାଣୀ ଜୟରାମ। ଆଜି ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଇଲେକ୍ଟ୍ରିକ୍‌ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଗତକାଲି ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ବାଣୀଙ୍କର ପରଲୋକ ହୋଇଥିଲା। ତାଙ୍କ କପାଳର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଅପରାହ୍ନରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଚେନ୍ନାଇର ନୁଙ୍ଗବକ୍କମରେ ବାଣୀଙ୍କର ବିୟୋଗ ହୋଇଥିଲା। ଅପରାହ୍ନରେ ଯେତେବେଳେ ତାଙ୍କ ସହାୟକ କଲିଂ ବେଲ୍ ମାରିଥଲେ ବାଣୀ କବାଟ ଖୋଲି ନଥିଲେ। ସନ୍ଦେହ ହେବା ପରେ ବାଣୀଙ୍କ ଭଉଣୀଙ୍କ ସହଯୋଗରେ ଘରର କବାଟ ଖୋଲାଯାଇଥିଲା। କବାଟ ଖୋଲିବା ପରେ ବାଣୀ ଆହତ ଅବସ୍ଥାରେ ଚେତାଶୂନ୍ୟ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା

ବାଣୀଙ୍କ ବିୟୋଗରେ ବଲିଉଡ୍, କଲିଉଡ, ଓଲିଡ୍‌ ସମେତ ପୂରା ଦେଶର ସିନେମା ଇଣ୍ଡଷ୍ଟ୍ରୀ ଦୁଃଖ ସାଗରରେ ବୁଡ଼ିଛି। ଭାରତୀ ସଂଗୀତ ଦୁନିଆ ପାଇଁ ଅପୂରଣୀୟ କ୍ଷତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ଦୁଃଖ ପ୍ରକାଶ କରି ଶୋକବାର୍ତ୍ତା ଦେଇଛନ୍ତି।

ସେହିପରି କମଲ ହସନ, ହରିସ ଜୟରାମ, ଇଲୟାରାଜ, କେଏସ୍ ଚିତ୍ରା, ନାଥ୍ୟାଶ୍ରୀ ମହାଦେବନ, ଜୟାବଚ୍ଚନ, ଏଆର୍‌ ରେହମାନଙ୍କ ଭଳି ବହୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ କଣ୍ଠଶିଳ୍ପୀ ଶୋକ ବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ବାଣୀ ଜୟରାମ ନିଜ କ୍ୟାରିୟରରେ ସେ ୧୦ ହଜାରରୁ ଅଧିକ ଗୀତ ରେକର୍ଡିଂ କରିଛନ୍ତି। ସେ ହିନ୍ଦୀ ସିନେମା ସହିତ ତାମିଲ, ତେଲଗୁ, କନ୍ନଡ, ଓଡ଼ିଆ, ଟୁଲୁ ଆଦି ୧୯ଟି ଭାଷାରେ ଗୀତ ଗାଇଛନ୍ତି। ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ବାଣୀଙ୍କ ନାଁରେ ପଦ୍ମ ଭୂଷଣ ପୁସ୍କାର ଘୋଷଣା କରିଥିଲେ। ହେଲେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ତାଙ୍କର ବିୟୋଗ ହୋଇଛି।

ବାଣୀଙ୍କ ସ୍ୱାମୀ ଟିଏସ୍ ଜୟରାମଙ୍କର ୨୦୧୮ରେ ବିୟୋଗ ହୋଇଥିଲା। ଏହାପରେ ବାଣୀ ଚେନ୍ନାଇ ସ୍ଥିତ ବାସଭବନରେ ଏକା ରହୁଥିଲେ। ସେ ଜଣେ ଗାୟିକା ହେବା ସହ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀ ଥିଲେ।  

   Related Posts