କ୍ଵିନ୍ ଅଫ୍ ରକ୍ ‘ଅନ୍’ ରୋଲ ଟିନା ଟର୍ନରଙ୍କ ପରଲୋକ, ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
25/05/2023 at 11:31 AM

ମୁମ୍ଵାଇ ୨୫।୦୫: କିମ୍ବଦନ୍ତୀ ସଂଗୀତକାର ଟିନା ଟର୍ନର। ଯିଏ ତାଙ୍କ ଚମତ୍କାର ଗୀତରେ ସାରା ବିଶ୍ୱରେ ଥିବା ଦର୍ଶକଙ୍କୁ ପ୍ରଭାବିତ କରିଥିଲେ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୮୩ ବର୍ଷ ବୟସ ହୋଇଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଟର୍ନରଙ୍କ ସ୍ୱିଜରଲ୍ୟାଣ୍ଡର ଜୁରିଚ୍ ନିକଟ କୁସନାଚ୍ରେ ତାଙ୍କ ଘରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଟିନା ଟର୍ନର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏଥିସହିତ ତାଙ୍କ ମୃତ୍ୟୁ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ ଝଟକା ଦେଇଛି। କୁହାଯାଉଛି ଯେ ସେ ପୂର୍ବରୁ କର୍କଟ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗର ସମ୍ମୁଖୀନ ହୋଇଥିଲେ। ମହାନ ସଂଗୀତକାର ଟିନା ଟର୍ନରଙ୍କ ମୃତ୍ୟୁକୁ ନେଇ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକ ଖେଳି ଯାଇଛି।
କହିବାକୁ ଗଲେ ଟିନା ଟର୍ନର ୬୦ ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଟର୍ନରଙ୍କର ଏକ ପ୍ରସିଦ୍ଧ ଗୀତ ଅଛି – ୱାଟ୍ସ ଲଭ୍ ଗଟ୍ ଟୁ ଡୁ ୱିଥ୍ ଇଟ୍ ? ଏହି ଗୀତରେ ସେ ପ୍ରେମକୁ ଦ୍ୱିତୀୟ ହାତର ଭାବନା ବୋଲି କହିଛନ୍ତି।