ମୁମ୍ବାଇ ୧୮/୨: ସ୍ବାମୀଙ୍କ ଅତ୍ୟାଚାର ଏବଂ ଘରୋଇ ହିଂସା ସହି ନପାରି ଆଉ ଜଣେ କଳାକାର ଫାଶୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟିକା ସୁସ୍ମିତା ସୋମବାର ସକାଳେ ସୁଇସାଇଡ ନୋଟ ଭାବେ ଏକ ହ୍ବାଟସଆପ୍ ଏବଂ ଭଏସ୍ ମ୍ୟାସେଜ୍ ନିଜ ମାକୁ ଛାଡ଼ି ଫାଶୀ ଖୁଣ୍ଟରେ ଝୁଲି ଆତ୍ମହତ୍ୟା କରିଛନ୍ତି।
{"id":225979,"sizeSlug":"large"}
ସୁସ୍ମିତା ନିଜ ସ୍ବାମୀଙ୍କ ନିର୍ଯ୍ୟାତନାକୁ ସହି ନପାରି ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁସ୍ମିତାଙ୍କ ବିବାହ ଶରତ କୁମାରଙ୍କ ସହ ହୋଇଥିଲା। ଶରତ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲେ। ଅନ୍ନପୂରନେଶ୍ବରୀ ପୋଲିସ୍ ଏହି ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତ ଶରତ ଏବେ ଯାଏଁ ଫେରାର ରହିଛି। ପୋଲିସ୍ ତାକୁ ଖୋଜିବା ଆରମ୍ଭ କରି ଦେଇଛି।
{"id":225980,"sizeSlug":"large"}
ସୁସ୍ମିତା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମାଙ୍କୁ ଏକ ଭଏସ୍ ମ୍ୟାସେଜ ପଠାଇଥିଲେ ଯେଉଁଥିରେ ସେ କହିଥିଲେ,‘ତାକୁ (ତାଙ୍କ ସ୍ବାମୀ)କୁ ଜମା ଛାଡ଼ିବ ନାହିଁ। ମୋତେ କ୍ଷମା କରିଦିଅ। ମୋତେ ନିର୍ଯ୍ୟାତନା ନ ଦେବାକୁ ତାକୁ ମୁଁ ବହୁତ ଅନୁରୋଧ କରିଥିଲି,କିନ୍ତୁ ସେ ମାନିଲା ନାହିଁ। ମୁଁ ନିଜ କର୍ମର ଦଣ୍ଡ ଭୋଗୁଛି’।
{"id":225991,"sizeSlug":"large"}
ସୁସ୍ମିତା ଏହି ସନ୍ଦେଶରେ ନିଜ ବୈବାହିକ ଜୀବନର ସମସ୍ୟାକୁ ପ୍ରକାଶ କରିଥିଲେ । ସେ କହିଥିଲେ,‘ ସେ ଏହା ବିଷୟରେ କାହାକୁ କହିନଥିଲେ। ମୋ ସ୍ବାମୀ ମୋତେ ଗୋଟିଏ ଶବ୍ଦ କହିବାକୁ ଅନୁମତି ଦେଇନଥିଲା। ସେ ସବୁବେଳେ ମୋତେ ପାଟି କରୁଥିଲା ଏବଂ ମୋତେ ଘର ଛାଡ଼ି ଚାଲି ଯିବାକୁ କହିଥିଲା। ମୁଁ ତା’ ଘରେ ମରିବାକୁ ଚାହୁଁନାହିଁ, ମୁଁ ନିଜ ଜୀବନକୁ ନିଜ ସ୍ଥାନରେ ସମାପ୍ତ କରିବାକୁ ଚାହୁଁଛି’।
{"id":225992,"width":592,"height":340,"sizeSlug":"large"}
ସେ ଆହୁରି ମଧ୍ୟ କହିଥିଲେ ଯେ ,‘ମାଆ,ମୁଁ ତୁମକୁ ବହୁତ ମନେ ପକାଉଛି। ମୁଁ ଜାଣିଛି ମୋ ସାନଭାଇ ଆପଣଙ୍କ ଦେଖାଶୁଣା କରିବ। ମୋତେ ଆମ ମୂଳ ସ୍ଥାନରେ ନେଇ ଅନ୍ତିମ ସଂସ୍କାର କରିବ। ମୋ ଭାଇ ସଚିନ ମୋ ଅନ୍ତିମ ସଂସ୍କାର କରିବ।