ମୁକ୍ତିଲାଭ କଲା ଗାୟିକା ସୁସ୍ମିତା ଦାଶଙ୍କ ନୂଆ ଦେବୀ ଭଜନ ନବ ଦୁର୍ଗା ସ୍ତ୍ରୋତମ

Published By : Prameya-News7 Bureau | September 26, 2022 IST

ଭୁବନେଶ୍ବର ୨୬/୦୯: ’ଅୟଗିରି ନନ୍ଦିନୀ’  ଓ ’ପୃଥିବୀର ମନ୍ଥନ’ର  ନିର୍ମାତାଙ୍କ ଦ୍ବାରା ନିର୍ମିତ ଏକ ମନଛୁଆଁ ମ୍ୟୁଜିକ ଭିଡିଓ ଦେବୀ ଆଦିଶକ୍ତିଙ୍କ ପରାକ୍ରମ ବିଷୟରେ ମନେ ପକେଇ ଦେଇଛି। ଏବେ ଆସିଥିବା ଭକ୍ତିଭରା ନବ ଦୁର୍ଗା ସ୍ତ୍ରୋତମ ମା’ଙ୍କ ଦିବ୍ୟ ଅନୁଭବକୁ ପାଇବା ପାଇଁ ଏକ ଅଭିନବ ପ୍ରୟାସ। ସୁସ୍ମିତା ଦାସଙ୍କ ସୁମଧୁରର କଣ୍ଠରେ ଏବଂ ଅରୋମିରାର ଭିଡିଓ (ଦେବ ମେହେରଙ୍କ ନିର୍ଦ୍ଦେଶିତ) ସହିତ ଏହି ମ୍ୟୁଜିକ ଭିଡିଓ ଉଭୟ ପ୍ରଡକ୍ସନ ଏବଂ ଓଡ଼ିଶାର କଳା ଦୃଷ୍ଟିରୁ ନବ ଦୁର୍ଗା ସ୍ତ୍ରୋତମ ସବୁଠୁ ବଡ଼।

ଏଥିରେ ନବ  ଦୁର୍ଗାଯଥା ଶୈଳପୁତ୍ରୀ, ବ୍ରହ୍ମତାରିଣୀ, ଚନ୍ଦ୍ରଘଣ୍ଟା, କୁ୍‌ଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରୀ, ମହାଗୌରୀ ଏବଂ ସିନ୍ଧିଦାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ମନ୍ତ୍ର ସ୍ଥାନ ପାଇଛି। ଏହି ମ୍ୟୁଜିକ ଭିଡିଓରେ ଓଲିଉଡ ଅଭିନେତ୍ରୀ ବିଏମ ବୈଶାଳୀ ଅଭିନୟ କରିଛନ୍ତି।

ଏହି  ଗୀତରେ ଭକ୍ତି ମାଧ୍ୟମରେ ଶକ୍ତିମୟୀ ମା’ଙ୍କ ପରାକ୍ରମର ଗୁଣାଗାନ କରାଯାଇଛି। ଏହି ମନ୍ତ୍ରଗୁଡ଼ିକ ମା’ଙ୍କ ଗୁଣ ଓ ଦକ୍ଷତା ବିଷୟରେ କହିବା ସହ ସେ କିପରି ଧନ, ଭାଗ୍ୟ ଓ ସମୃଦ୍ଧି ଦିଅନ୍ତି ସେ ବିଷୟରେ ବର୍ଣ୍ଣିତ। ଏହି ମ୍ୟୁଜିକ ଭିଡିଓ ଦେଖିସାରିବାର ଅନେକ ସମୟ ଯାଏଁ ଏହାର ସକାରତ୍ମକ ପ୍ରଭାବ ଆପଣଙ୍କ ସହିତ ରହିବ ବୋଲି ନିର୍ମାତାମାନେ କହିଛନ୍ତି।

ପ୍ରତି ଗୀତରେ କିଛି ନୂଆ କରିବାର ପ୍ରୟାସ କରିଆସିଥିବା ସୁସ୍ମିତା ଦାସ ଏବଂ ନିର୍ଦ୍ଦେଶକ ଦେବ ମେହେର ପୁଣି ନୂଆ ଉତ୍ସାହର ସହିତ ଏହି ମ୍ୟୁଜିକ ଭିଡିଓକୁ ଲୋକାର୍ପିତ କରିଛନ୍ତି। ଏହି ଗୀତ ଆଦିଶକ୍ତି ଭକ୍ତମାନଙ୍କୁ  ପ୍ରଦାନ କରୁଥିବା ଶକ୍ତି, ପ୍ରେରଣା, ପରିବର୍ତ୍ତନ ଏବଂ ବିପୁଳ ଦକ୍ଷତାର ଗୁଣଗାନ କରୁଛି ବୋଲି କଣ୍ଠଶିଳ୍ପୀ ସୁସ୍ମିତା ଦାସ କହିଛନ୍ତି।ନିର୍ଦ୍ଦେଶକ ଦେବ ମେହେର କହିଛନ୍ତି ଏହି ଗୀତଟି ଦେବୀଙ୍କ ମହାନତାକୁ ବର୍ଣ୍ଣନା କରିବାକୁ ଶକ୍ତଶାଳୀ କଣ୍ଠସ୍ବର  ଏବଂ ବୈପ୍ଳବିକ ଦୃଶ୍ୟ ଏକ ନିଖୁଣ ମିଶ୍ରଣ ଦେଖାଇବ।

ସବୁସମୟରେ  ଯେତେବେଳେ  ଅରୋମିରା ନୂଆ ମ୍ୟୁଜିକ ଭିଡିଓ ଆଣିଥାଏ। ପ୍ରଶଂସକମାନେ ସବୁବେଳେ ମୁକ୍ତି, ସଶକ୍ତୀକରଣ, ସମ୍ମାନ ଏବଂ ସାମାଜିକ ନ୍ୟାୟ ଆଦିର ଦୁନିଆ ଦେଖିବା ପାଇଁ ଆଶାବାଦୀ ଥାଆନ୍ତି। ଅତୀତରରେ ଏହି ନିର୍ଦ୍ଦେଶକ-ଗାୟକ ଟିମ୍ ପୃଥିବୀ ମନ୍ଥନ, ଅୟିଗିରି ନନ୍ଦିନୀ, ନୂଆ ଠିକଣା, ମହ୍ଲାର, ନାରୀ ଏବଂ ଆହୁରି ଅନେକ ମ୍ୟୁଜିକ୍‌ ଭିଡିଓ ଭିୟର ଏବଂ ଫ୍ୟାନ୍‌ମାନଙ୍କୁ ଭେଟି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.