scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଧାହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ

21/06/2023 at 12:54 PM

କଟକ ୨୧/୦୬: ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାମରେ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗ ମାମଲା । ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସ । ସୌରିନ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛ ।

ସୂଚନା ଥାଉକି, ଗତ କିଛି ଦିନ ତଳେ କଟକର ଜଣେ ଯୁବତୀ ମହିଳା ଥାନାକୁ ଆସି କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ଗତ ୧୩ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ୧୬୪ରେ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିଲା ।

ଦରକାର ପଡିଲେ ଗିରଫ ହୋଇପାରନ୍ତି ବୋଲି କହିଥିଲେ ଜୋନ୍-୨ ଏ .ସି .ପି ଅମିତାଭ ମହାପାତ୍ର । କାରଣ ସୌରିନଙ୍କ ନାଁରେ ଲାଗିଥିଲା ସଂଗୀନ ଦଫା । ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି କହିଛନ୍ତି । ଏହା ପୂର୍ବରୁ ସୋମବାର ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାମରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଜଗତପୁର ଅଞ୍ଚଳର ଜଣେ ଯୁବତୀ । ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।

ଅନ୍ୟପଟେ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ପୋଲିସ । ଏହାପରେ ଅଭିଯୋଗ କାରିଣୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ହେଲେ ସୌରିନଙ୍କ ସହ ପୋଲିସ ଯେତେବେଳେ ଯୋଗାଯୋଗ କରିଥିଲା ସେତେବେଳେ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା । ସୌରୀନଙ୍କ ସହ ଯୁବତୀ ଜଣକ ଯେଉଁ ସ୍ଥାନକୁ ଯାଇଛନ୍ତି ତାହାର ତଦନ୍ତ କରାଯାଉଛି । ଏହାସହ ମହିଳା ଥାନାରେ ନିଜେ ଆସି ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଏ .ସି .ପି।

   Related Posts