ଆସାନସୋଲରେ ପଛକୁ ହଟିଲେ ବିଜେପି ପ୍ରାର୍ଥୀ ପବନ ସିଂହ, ଜାଣନ୍ତୁ ନିର୍ବାଚନ ଲଢିବାକୁ କହିଲେ କ’ଣ?

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୩।୩: ଭୋଜପୁରୀ ସିଙ୍ଗର ପବନ ସିଂହ ରବିବାର ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କୌଣସି କାରଣ ବସତଃ ଆସାନସୋଲରୁ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ପାର୍ଟି ଅଧ୍ୟକ୍ଷ ଜେ.ପି.ନଡ୍ଡା ତାଙ୍କୁ ଦିଲ୍ଲୀ ଡକାଇଥିବା ଜଣାପଡିଛି। ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ ବିଜେପି ଶନିବାର ୧୯୫ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି।

wp:html /wp:html

ଏଥିରେ ପବନ ସିଂହଙ୍କୁ ହିନ୍ଦୀ ଭାଷୀ ଆସାନସୋଲରୁ ବିଜେପି ପ୍ରାର୍ଥୀ କରିଥିଲା। ପୂର୍ବରୁ ବିଜେପିରେ ଥିବା ଶତ୍ରୁଘ୍ନ ସିହ୍ନା ଏଠାରୁ ସାଂସଦ ନିର୍ବାଚିତ ହେଉଥିଲେ। ସେଏବେ ଏଠାରୁ ତୃଣମୂଳ କଂଗ୍ରେସର ସାଂସଦ ଅଛନ୍ତି। ତେବେ ସିହ୍ନାଙ୍କ ପୂର୍ବରୁ ବଲିଉଡ ଗାୟକ ବବୁଲ ସୁପ୍ରିଓ ଏଠାରୁ ବିଜେପିରୁ ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ। ନିର୍ବାଚନ ନ ଲଢିବା ପାଇଁ ପବନ ସିଂହଙ୍କ ଘୋଷଣା ପରେ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ‘ଖେଳ ହେବା ପୂର୍ବରୁ ଖେଳ ହୋଇଯାଇଛି। ଏହା ବିଜେପିର ପ୍ରଥମ ସେଲ୍ଫ ଗୋଲ’ ବୋଲି ସେ କହିଛନ୍ତି।

wp:html /wp:html

ସେପଟେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ କୃଷ୍ଣ ନଗରସ୍ଥିତ ମୋର ଇଏନଟି କ୍ଲିନିକ ମୋତେ ଅପେକ୍ଷା କରିଛି ବୋଲି ଉଲ୍ଲେଖ କରିଛନ୍ତି। ହର୍ଷବର୍ଦ୍ଧନ ଏବେ ବିଜେପିର ଚାନ୍ଦିନୀ ଚୌକ ସାଂସଦ। ଏଥର ପାର୍ଟି ତାଙ୍କ ନିର୍ବାଚନମଣ୍ଡଳିରେ ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.