ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ଗାୟିକା ନୀତି ମୋହନ : ଫେବୃୟାରୀରେ ବିବାହ
16/01/2019 at 6:48 PM

ମୁମ୍ବାଇ ୧୬/୧: ବଲିଉଡର ପ୍ରସିଦ୍ଧ ଗାୟିକା ନୀତି ମୋହନ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନୀତିଙ୍କ ବିବାହ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟାଙ୍କ ସହ ହେବ। ଦୁଇଜଣ ଆସନ୍ତା ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି। ତେବେ ଏମାନେ ନିଜ ବିବାହକୁ ଗୋପନ ରଖିଛନ୍ତି।
ନୀତି ମୋହନ ଗତ ୪ବର୍ଷରୁ ନିହାର ପାଣ୍ଡ୍ୟାଙ୍କୁ ଡେଟ୍ କରୁଛନ୍ତି। କିନ୍ତୁ ସେମରନେ ନିଜ ସମ୍ପର୍କକୁ କେବେ ସାର୍ବଜନୀକ ଭାବରେ ସ୍ବୀକାର କରିନାହାନ୍ତି।
ନୀତିଙ୍କ ଭାବି ସ୍ବାମୀ ନିହାର ପାଣ୍ଡ୍ୟା ଜାନୁୟାରୀରେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନୀତି ବଲିଉଡର ପ୍ରସିଦ୍ଧ ଗାୟିକା। ନୀତିଙ୍କ ବ୍ୟତୀତ ତାଙ୍କ ଭଉଣୀ ଶକ୍ତି ମୋହନ ମଧ୍ୟ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର।
ନିହାର ପାଣ୍ଡ୍ୟାଙ୍କ ନାଁ ଏହା ପୂର୍ବରୁ ଦୀପିକା ପାଦୁକୋଣଙ୍କ ସହ ଯୋଡ଼ାଯାଇଥିଲା। ନିହାର ଏବଂ ଦୀପିକା ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଏବେ ଦୀପିକା ରଣବୀର ସିଂହଙ୍କୁ ୬ବର୍ଷ ଡେଟ୍ କରିବା ପରେ ବିବାହ କରିଛନ୍ତି।