ମୁମ୍ବାଇ ୨୨/୨: ପ୍ଲେବ୍ୟାକ୍ ସିଙ୍ଗର୍ ମିକା ସିଂହଙ୍କ ମ୍ୟାନେଜର ସୌମ୍ୟା ଖାନଙ୍କ ମୃତ୍ୟୁ ହୋଇ ଯାଇଛି। ଅତିରିକ୍ତ ନିଶା ଔଷଧ ସେବନ ଯୋଗୁଁ ସୌମ୍ୟାଙ୍କ ମୃତ୍ୟୁ ହୋଇଛି। ମିକା ତାଙ୍କ ଇନଷ୍ଟା ହ୍ୟାଣ୍ଡଲରୁ ଶୋକ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ଫେବୃୟାରୀ ୨ତାରିଖର।
{"id":227631,"width":586,"height":524,"sizeSlug":"large"}ମିକା ଲେଖିଛନ୍ତି,‘ଓ୍ବାହେଗୁରୁ ଜୀ କା ଖାଲସା ଓ୍ବାହେଗୁରୁ ଜୀ କି ଫତେହ। କହିବା ବେଳେ ବହୁତ ଦୁଃଖ ଲାଗୁଛି ଆମ ସୌମ୍ୟା ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ ତାଙ୍କ ପଛରେ ଅନେକ ଭଲ ସ୍ମୃତି ଛାଡ଼ି ଯାଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାର ଏବଂ ସ୍ବାମୀଙ୍କଠାରେ ମୋର ସମବେଦନା ରହିଛି।’
{"id":227632,"width":584,"height":389,"sizeSlug":"large"}ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୌମ୍ୟା ଡିପ୍ରେସନରେ ଥିଲେ ଏବଂ ଅତିରିକ୍ତ ଡ୍ରଗ୍ସ ସେବନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି।
{"id":227633,"sizeSlug":"large"}ପାର୍ଟି ପରେ ସୌମ୍ୟା ତା’ପର ଦିନ ଘରକୁ ପହଞ୍ଚିନଥିଲେ। ଏହା ପରେ ତାଙ୍କୁ ଖୋଜା ଯିବା ପରେ ସେ ସଂଜ୍ଞାହୀନ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ହସ୍ପିଟାଲକୁ ନେଇ ଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।
{"id":227634,"width":584,"height":341,"sizeSlug":"large"}