କାନ୍ସ ଫିଲ୍ମ ଫେଷ୍ଟିଭାଲ; ପ୍ରଥମ ଫୋକ୍ ଆର୍ଟିଷ୍ଟ ଭାବେ ଫ୍ରାନ୍ସରେ ଇତିହାସ ରଚିଲେ ମାମେ ଖାନ୍
18/05/2022 at 6:30 PM

ପ୍ୟାରିସ୍: ଇତିହାସ ରଚିଲେ ଭାରତର ଫେମସ୍ ଫୋକ୍ ସିଙ୍ଗର ମାମେ ଖାନ୍। ମଙ୍ଗଳବାର ଭାରତର ପ୍ରଥମ ଫୋକ୍ ଆର୍ଟିଷ୍ଟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ରେଡ୍ କାର୍ପେଟ୍ରେ ଚାଲି ରେକର୍ଡ କଲେ ମାମେ।
ଫ୍ରାନ୍ସରେ ଆୟୋଜିତ କାନ୍ସ ଫିଲ୍ମ ଫେଷ୍ଟଭାଲ୍ର ଆଜି ଉଦ୍ଘଟାନୀ ଉତ୍ସବରେ ଯୋଗ ଦେଇଛନ୍ତି ଭାରତର ୧୧ ଜଣିଆ ଟିମ୍। ଏହି ୧୧ ଜଣ ଆଜି ରେଡ୍କାର୍ପେଟ୍ରେ ଚାଲିଥିଲେ। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ୱରେ ଏହି ଟିମ୍ରେ ଫିଲ୍ମ ଫେଷ୍ଟିଭାଲ୍ରେ ଯୋଗ ଦେଇଛନ୍ତି। ଟିମ୍ରେ ଆର୍.ମାଧବନ, ରାକି କେଜ୍, ପ୍ରସନ ଜୋଶୀ, ନୱାଜୁଦ୍ଦିନ ସିଦ୍ଦିକି, ଶେଖର କପରୁ ଏବଂ ଅନୁରାଗ ଠାକୁର ପ୍ରମୁଖ କାନ୍ସ ଫିଲ୍ମ ଫେଷ୍ଟାଭାଲ୍ରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।
ରାଜସ୍ଥାନରେ ମାଙ୍ଗନିୟର(ରାଜସ୍ଥାନ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ମୁସଲମାନ ସମ୍ପ୍ରଦାୟର ଏକ ଜାତି) ସିଙ୍ଗର ମାମେ ଖାନ୍ କିନ୍ତୁ ଏହି କାର୍ପେଟ୍ରେ ଚାଲି ଇତିହାସ ସୃଷ୍ଟି କରିଛନ୍ତି।
ଏଥର ଫିଲ୍ମ ଫେଷ୍ଟାଭାଲ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ବଧେଇ ଜଣାଇଛନ୍ତି। ଏହି ଫିଲ୍ମ ଫେଷ୍ଟିଭାଲ୍ରେ ତମନ୍ନା ଭାଟିଆ, ନୟନତାରା, ପୂଜା ହେହ୍ଡ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଦୀପିକା ପାଦୁକୋନ, ନୱାଜୁଦ୍ଦିନ ସିଦ୍ଦିକ,ଏଆର୍. ରେହମାନ, ହୀନା ଖାନ, ହେଲି ଶାହ ପ୍ରମୁଖ ଯୋଗ ଦେଇଛନ୍ତି।